fbpx
BSKY
BJD MC SKY
BJD MS SKY

ଚଟାଣରେ ବସି ଏକାଠି ମହାପ୍ରସାଦ ସେବନ କଲେ ରାଷ୍ଟ୍ରପତି ଓ ଗଜପତି ମହାରାଜ

ପୁରୀ: ଏକାଠି ମହାପ୍ରସାଦ ଖାଇଲେ ରାଷ୍ଟ୍ରପତି ଦ୍ରୌପତି ମୁର୍ମୂ ଏବଂ ଗଜପତି ମହାରାଜ ଦିବ୍ୟସିହ ଦେବ ଏବଂ ରାଣୀ। ସମସ୍ତେ ତଳେ ବସି କଦଳି ପତ୍ରରେ ମହାପ୍ରସାଦ ସେବନ କରୁଥିବାର ଫଟୋ ସାମ୍ନାକୁ ଆସିଛି। ପୁରୀ ରାଜଭବନରେ ଚଟାଣରେ ବସି ସମସ୍ତେ ଏକାଠି ଖାଇଥିଲେ। ରାଜଙ୍କ ସହିତ ଏକାଠି ବସି ଖାଉଥିବାର ଫଟୋକୁ ରାଷ୍ଟ୍ରପତିଙ୍କ ଟ୍ୱିଟର ପେଜରୁ ପୋଷ୍ଟ କରାଯାଇଛି।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ପହଂଚିଛନ୍ତି।

ଏହି ଗସ୍ତର କାର୍ଯ୍ୟକ୍ରମ ଅନୁଯାୟୀ ରାଷ୍ଟ୍ରପତି ଦ୍ରୌପତି ମୁର୍ମୂ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଏହାପରେ ସେ ଭୁବନେଶ୍ବରରେ ଫେରିଆସିଳେଣି ଏବଂ ସେଠାରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଓ ନେତୃବର୍ଗଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ସେହି ସନ୍ଧ୍ୟାରେ, ରାଷ୍ଟ୍ରପତି ଭୁବନେଶ୍ବର ରାଜ ଭବନ ପରିସରରେ ତାଙ୍କ ସମ୍ମାନରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବେ ।

ସେହିପରି ଆସନ୍ତା କାଲି ଅର୍ଥାତ ୧୧ ନଭେମ୍ବର ୨୦୨୨ରେ ରାଷ୍ଟ୍ରପତି ଭୁବନେଶ୍ବର ଠାରେ ତପୋବନ ଉଚ୍ଚ ବିଦ୍ୟାଳୟ, ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ୟୁନିଟ-୨ସ୍ଥିତ କୁନ୍ତଳା କୁମାର ସାବତ ଆଦିବାସୀ ବାଳିକା ଛାତ୍ରାବାସ ପରିଦର୍ଶନ କରିବେ ଏବଂ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହିତ ମତବିନିମୟ କରିବେ । ସେହିଦିନ ସେ ଭୁବନେଶ୍ବରସ୍ଥିତ ଜୟଦେବ ଭବନ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ।

Get real time updates directly on you device, subscribe now.