fbpx

ଏସବିଆଇର ୪୪ କୋଟି ଗ୍ରାହକଙ୍କ ପାଇଁ ବଡ଼ ଖବର: ବନ୍ଦ ହୋଇଯିବ SBI YONO ଆକାଉଣ୍ଟ! ବ୍ୟାଙ୍କ ଦେଲା ବଡ଼ ସୂଚନା

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଏସବିଆଇର ଗ୍ରାହକ ଓ ନିଜ ମୋବାଇଲରେ ୟୋନୋ ଆପ୍ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ବଡ଼ ଖବର । ଆପଣଙ୍କ ଏସବିଆଇ ୟୋନୋ ଆପ୍ ବନ୍ଦ ହୋଇଯିବ! ଏପରି ଏକ ମେସେଜ୍ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏଥିରେ ଦାବି କରାଯାଉଛି କି, ଯଦି ଆପଣ ପାନ୍ କାର୍ଡ ଅପଡେଟ ନକରନ୍ତି, ତେବେ ଆପଣଙ୍କ ଏସବିଆଇ ୟୋନୋ ଆକାଉଣ୍ଟ ବନ୍ଦ ହୋଇଯିବ ।

ଏହି ଭାଇରାଲ୍ ମେସେଜରେ ଏହା ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ, ଯଦି ଆପଣ ଆପଣଙ୍କର ଆଧାର ନମ୍ବର ଅପଡେଟ୍ କରିନାହାଁନ୍ତି, ତେବେ ଆପଣଙ୍କର ୟୋନୋ ଆକାଉଣ୍ଟ ବନ୍ଦ ହୋଇଯିବ । କେବଳ ଏତିକି ନୁହେଁ ଏହା ସହିତ ଏହି ମେସେଜରେ ଏକ ଲିଙ୍କ୍ ଦିଆଯାଇଛି, ଯେଉଁଥିରେ ଏହାକୁ ଅପଡେଟ୍ କରିବାକୁ କୁହାଯାଇଛି । ଏହି ମେସେଜ ଏସବିଆଇ ଦ୍ୱାରା ପଠାଯାଇଥିବା ଦାବି କରାଯାଉଛି ।

ଏହି ମେସେଜର ଫ୍ୟାକ୍ଟ ଚେକ୍ କରିଛନ୍ତି ପିଆଇବି ଫ୍ୟାକ୍ଟ ଚେକ୍ କରୁଥିବା ଅଧିକାରୀ । ପିଆଇବି ଫ୍ୟାକ୍ଟ ଚେକ୍ ଏହାର ଯାଞ୍ଚ କରି ନିଜର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି । ପିଆଇବି କହିଛି ଯେ, ଏସବିଆଇ ନାମରେ ଜାରି କରାଯାଇଥିବା ଏହି ନକଲି ମେସେଜ ଗ୍ରାହକଙ୍କୁ ସେମାନଙ୍କ ପାନ୍ ନମ୍ବର ଅପଡେଟ କରିବାକୁ କହୁଛି । ଏପରି ନକଲେ ସେମାନଙ୍କ ଆକାଉଣ୍ଟ ବନ୍ଦ ହୋଇଯିବ ମଧ୍ୟ କହୁଛି । ଅର୍ଥାତ୍ ଏହି ଭାଇରାଲ ମେସେଜଟି ସମ୍ପୂର୍ଣ୍ଣ ନକଲି । ପିଆଇବି ଫ୍ୟାକ୍ଟ ଚେକ୍ ଏହାର ଟ୍ୱିଟରେ ଆହୁରି ଲେଖିଛି ଯେ, ‘ଇମେଲ ଏବଂ ଏସଏମଏସର କୌଣସି ଉତ୍ତର ଦିଅ ନାହିଁ ଏବଂ ଭୁଲରେ ବି ନିଜର ବ୍ୟକ୍ତିଗତ ସୂଚନା ଏବଂ ବ୍ୟାଙ୍କ ବିବରଣୀ ସେୟାର କରନ୍ତୁ ନାହିଁ ।’

ସୂଚନାଯୋଗ୍ୟ ଯେ, ଏସବିଆଇ ସମୟ ସମୟରେ ଗ୍ରାହକଙ୍କୁ ସଚେତନ କରାଇଥାଏ । ଅନଲାଇନ୍ ଠକେଇକୁ ଏଡାଇବା ପାଇଁ ପରାମର୍ଶ ମେସେଜ୍ ମଧ୍ୟ ସମୟ ସମୟରେ ବ୍ୟାଙ୍କ ଦ୍ୱାରା ପଠାଯାଏ । ନକଲି ଭାଇରାଲ ମେସେଜ ବିଷୟରେ ଏସବିଆଇ ମଧ୍ୟ ଗ୍ରାହକଙ୍କୁ ସତର୍କ କରାଇ ଦେଇଛି ଏବଂ କହିଛି ଯେ, ଏସବିଆଇ କୌଣସି ମେସେଜ ମାଧ୍ୟମରେ ବ୍ୟକ୍ତିଗତ ବିବରଣୀ ମାଗେ ନାହିଁ । ତେଣୁ ଭୁଲରେ କୌଣସି ମେସେଜକୁ ଧ୍ୟାନ ଦିଅନ୍ତୁ ନାହିଁ କି କାହାକୁ ପଠାନ୍ତୁ ନାହିଁ ।

Get real time updates directly on you device, subscribe now.