fbpx

ଭାଙ୍ଗିଗଲା ଟି-୨୦ ବିଶ୍ୱକପ ସ୍ୱପ୍ନ: ଇଂଲଣ୍ଡ ଆଗରେ ସରେଣ୍ଡର କରିଗଲା ଭାରତ

ଏଡିଲେଡ: ଟି-୨୦ ବିଶ୍ୱକପ ୨୦୨୨ ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ଆଗରେ ସରେଣ୍ଡର କରିଯାଇଛି ଭାରତୀୟ ଟିମ୍ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଭାରତ ଧିମା ଆରମ୍ଭ କରିଥିଲା। କେ.ଏଲ ରାହୁଲ ମାତ୍ର ୫ ରନ୍ କରି ଆଉଟ୍ ହେବା ପରେ ଭାରତୀୟ ଟିମ୍ ଚାପରେ ଆସିଥିଲା। ଏହାପରେ ବିରାଟ କୋହଲିଙ୍କ ଲଢୁଆ ଅର୍ଦ୍ଧଶତକ ଏବଂ ହାର୍ଦିକ ପଣ୍ଡ୍ୟାଙ୍କ ଧମାକାଦାର ଅର୍ଦ୍ଦଶତକ ବଳରେ ଭାରତ ଇଂଲଣ୍ଡ ଆଗରେ ୧୬୯ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା।

ତେବେ ଭାରତୀୟ ବୋଲରମାନେ ସମ୍ପୁର୍ଣ୍ଣ ଭାବ ନିରାଶ କରିଥିଲେ। ୧୬୯ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଦଳ ୧୬ ଓଭରରେ ବିନା କୌଣସି ଉଇକେଟ୍ ହରାଇ ହାସଲ କରି ନେଇଥିଲା। ଭାରତୀୟ ବୋଲର ଗୋଟିଏ ହେଲେ ଉଇକେଟ୍ ହାସଲ କରିପାରି ନଥିଲେ। ଇଂଲଣ୍ଡର ଦୁଇ ଓପନର ଆଲେକ୍ସ ହେଲ୍ସ ୪୭ ବଲ୍‌ରେ ୮୬ ଏବଂ ଜସ୍ ବଟଲର ୪୯ ବଲ୍‌ରେ ୮୦ ରନ୍ କରି ଅପରାଜିତ ରହିଥିଲେ।

Get real time updates directly on you device, subscribe now.