fbpx

ଏହି ମଞ୍ଜିରେ ରହିଛି ଡାଇବେଟିସର ଚିକିତ୍ସା: ଏପରି କରନ୍ତୁ ବ୍ୟବହାର

ଆଜିକାଲି ଏପଟସେପଟ ଖାଇବା-ପିଇବା ଓ ଲାଇଫଷ୍ଟାଇଲ ଯୋଗୁଁ ଲୋକମାନେ ଡାଇବେଟିସ୍ ଓ ମୋଟାପଣର ଶିକାର ହେବାରେ ଲାଗିଛନ୍ତି । ଡାଇବେଟିସ୍ ରୋଗୀଙ୍କୁ କିଛି ଖାଇବାରୁ ଦୂରେଇ ଯିବାକୁ ପଡ଼ିଥାଏ ଓ ମୋଟାପଣ ଯୋଗୁଁ ଲୋକମାନଙ୍କ ଶରୀରରେ ଅନେକ ରୋଗ ଘର କରି ରହିଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ଜାମୁ କୋଳିର ମଞ୍ଜି ଏହି ୨ଟି ସମସ୍ୟାରେୁ ଆପଣଙ୍କୁ ମୁକ୍ତି ଦେଇପାରିବ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଜାମୁ କୋଳିର ମଞ୍ଜି କିଡନୀ ଷ୍ଟୋନର ସମସ୍ୟାରୁ ମୁକ୍ତି ଦେଇଥାଏ ।

ଜାମୁକୋଳି ମଞ୍ଜିର ଫାଇଦା:-
ବର୍ତ୍ତମାନର ଜୀବନଶୈଳୀ ଏବଂ ଖରାପ ଖାଦ୍ୟ ଅଭ୍ୟାସ ଯୋଗୁଁ ଲୋକଙ୍କଠାରେ ଡାଇବେଟିସ୍ ସମସ୍ୟା ଅଧିକ ଦେଖାଯାଉଛି । ଯଦି ଆପଣଙ୍କ ଘରେ କେହି ଡାଇବେଟିସରେ ପୀଡିତ ଅଛନ୍ତି, ତେବେ ତାଙ୍କ ପାଇଁ ଜାମୁକୋଳିର ମଞ୍ଜି ଅତ୍ୟନ୍ତ ଲାଭଦାୟକ ହୋଇପାରେ । ଏହାର ଫାଇଦା ନେବାକୁ ଚାହୁଁଥିଲେ ପ୍ରତିଦିନ ସକାଳେ ଏକ ଚାମଚ ପାଉଡରକୁ ଗରମ ପାଣି ମିଶାଇ ପିଇବାକୁ ପଡ଼ିବ । ଏହା କରିବା ଦ୍ୱାରା ରକ୍ତରେ ଶର୍କରା ସ୍ତର ବା ସୁଗାର ଲେବଲ୍ ନିୟନ୍ତ୍ରିତ ହେବ ।

ପେଟ ଜନିତ ସମସ୍ୟାରେ ଆରାମ ମିଳିବ:-
ଜାମୁକୋଳିର ମଞ୍ଜିରେ ଫାଇବର, ଫ୍ୟାଟ୍, ପ୍ରୋଟିନ୍, ମିନେରାଲ୍ସ ଏବଂ ଭିଟାମିନ୍ ସହିତ ଅନେକ ପୋଷକ ତତ୍ତ୍ୱ ଥାଏ । ଏଥିରେ ଥିବା ଫାଇବର କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ । ଶରୀରରେ ଫାଇବରର ପରିମାଣ ଭଲ ଥିବାରୁ ପେଟ ସହଜରେ ସଫା ହୋଇଯାଏ । ଆପଣ ଏହାର ପାଉଡରକୁ ସାଲାଡ, କ୍ଷୀର ଏବଂ ଜୁସ୍ ସହିତ ମଧ୍ୟ ସେବନ କରିପାରିବେ ।

ଜାମୁକୋଳି ମଞ୍ଜି ଶରୀରକୁ ଡିଟକ୍ସ କରି:-
ଜାମୁକୋଳିର ମଞ୍ଜିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଫ୍ଲାଭୋନାଏଡ୍ ମିଳିଥାଏ, ଯାହା ଶରୀରରୁ ମୁକ୍ତ ରେଡିକାଲ୍ ଅପସାରଣ କରିଥାଏ । ଏହା ଶରୀରକୁ ଡିଟକ୍ସାଇଫ କରିବାରେ ସାହାଯ୍ୟ କରେ । ଏହା ଶୀଘ୍ର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ, ଯାହା ସଂକ୍ରାମକ ରୋଗର ଆଶଙ୍କା ହ୍ରାସ କରିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରରେ ପର୍ଯ୍ୟାପ୍ତ ପରିମାଣର ପୋଟାସିୟମ୍ ମିଳିଥାଏ, ଯାହା ଉଚ୍ଚ ରକ୍ତଚାପ ହ୍ରାସ କରିବାରେ କାମ କରିଥାଏ ।

Get real time updates directly on you device, subscribe now.