fbpx

National Exit Test କ’ଣ: ଆସନ୍ତାବର୍ଷରୁ ହଟିଯିବ NEET PG, ଗୋଟିଏ ପରୀକ୍ଷାକୁ ବାଧ୍ୟତାମୂଳକ କରିବ NMC!

ନୂଆଦିଲ୍ଲୀ: ମେଡିକାଲ ସେକ୍ଟରରେ କ୍ୟାରିୟର କରିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର । ଦେଶର ସର୍ବବୃହତ ପ୍ରବେଶିକା ପରୀକ୍ଷା ମଧ୍ୟରୁ ଅନ୍ୟତମ କୁହାଯାଉଥିବା ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ପିଜି (ନିଟ୍ ପିଜି)କୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ଆସନ୍ତା ୨୦୨୩ରେ ଆୟୋଜିତ ହେବାକୁ ଥିବା ନିଟ୍ ପିଜି ପ୍ରାର୍ଥୀଙ୍କ ପାଇଁ ଅନ୍ତିମ ସୁଯୋଗ ହୋଇପାରେ । ଏହାପରେ ନ୍ୟାସନାଲ ଏଗଜିଟ ଟେଷ୍ଟ ଆଧାରରେ ମେଡିକାଲ ପିଜି ପାଠ୍ୟକ୍ରମରେ ଆଡମିସନ ହୋଇପାରେ । ଏଥିସହିତ ପ୍ରାକ୍ଟିସ ଲାଇସେନ୍ସ ପାଇଁ ବିଦେଶ ଛାତ୍ରମାନେ ‘ନେକ୍ସଟ’ ପରୀକ୍ଷା ପାସ କରିବା ମଧ୍ୟ ଜରୁରୀ ହୋଇପାରେ ।

ନ୍ୟାସନାଲ ମେଡିକାଲ କମିସନ (ଏନଏମସି) ପିଜି ପ୍ରବେଶିକା ପରୀକ୍ଷାକୁ ରିପ୍ଲେସମେଣ୍ଟ କରିବା ପାଇଁ ଏକ ନୂଆ ପ୍ଲାନ୍ ପ୍ରସ୍ତୁତ କରିଛି । ଏଥିସହିତ ଏମବିବିଏସ ଡିଗ୍ରୀ, ପିଜି ଆଡମିସନ, ପ୍ରାକ୍ଟିସ ଓ ବିଦେଶରେ ନାମଲେଖା ପାଇଁ କେବଳ ଗୋଟିଏ ପରୀକ୍ଷା ବାଧ୍ୟତାମୂଳକ ହୋଇପାରେ । ମେଡିକାଲ ପିଜି କୋର୍ସରେ ନାମଲେଖାଇବା ପାଇଁ ଆସନ୍ତା ଏପ୍ରିଲ-ମେ ମାସରେ ଶେଷ ଥର ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇପାରେ । ଏହାପରେ ପିଜି ମେଡିକାଲ କୋର୍ସରେ ପ୍ରବେଶ ‘ନେକ୍ସଟ’ର ଫଳାଫଳ ଆଧାରରେ ହେବ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି । ଏ ବାବଦରେ ଏନଏମସି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ସୂଚନା ଦେଇଥିବା ଏକ ସୂତ୍ରରୁ ଜଣାପଡ଼ିଛି ।

ତେବେ ‘ନେକ୍ସଟ’କୁ ନେଇ ଖୁବଶୀଘ୍ର ଏନଏମସି ବିଜ୍ଞପ୍ତି ଜାରି କରିବାର ସମ୍ଭାବନା ରହିଛି । ‘ନେକ୍ସଟ’କୁ ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏହି ପରୀକ୍ଷା ଆସନ୍ତା ବର୍ଷ ଡିସେମ୍ବରରେ ଆୟୋଜିତ ହୋଇପାରେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀଙ୍କ ଅନୁଯାୟୀ, ଏକ ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ‘ନେକ୍ସଟ’କୁ ନେଇ ଖୁବଶୀଘ୍ର ନୋଟିଫିକେସନ ଆସିବାର ସମ୍ଭାବନା ରହିଛି । ଏନଏମସି ମୁତାବକ, ‘ନେକ୍ସଟ’, ଏମବିବିଏସ ଅନ୍ତିମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ସାମାନ୍ୟ ଯୋଗ୍ୟତା ପରୀକ୍ଷା ହେବ । ଏହା ଆଧୁନିକ ଚିକିତ୍ସା ପଦ୍ଧତିକୁ ପ୍ରାକ୍ଟିସ କରିବା ପାଇଁ ଲାଇସେନ୍ସ ପରୀକ୍ଷା, ପିଜି କୋର୍ସରେ ପ୍ରବେଶ ପାଇଁ ଯୋଗ୍ୟତା ଆଧାରିତ ପ୍ରବେଶିକା ପରୀକ୍ଷା ଓ ଭାରତରେ ପ୍ରାକ୍ଟିସ କରିବାକୁ ଇଚ୍ଛୁକ ଥିବା ପିଜି ମେଡିକାଲ ପିଲାଙ୍କ ପାଇଁ ସ୍କ୍ରିନିଂ ପରୀକ୍ଷା ଭାବେ କାର୍ଯ୍ୟ କରିବ ।

Get real time updates directly on you device, subscribe now.