fbpx
BSKY SKY
BSKY SKY

ହୋଟେଲ ରୁମରେ ସୁଟ୍ କରାଯାଇଥିବା ‘ଅଶ୍ଲୀଳ ଭିଡିଓ’ ହେଲା ଭାଇରାଲ: ଦମ୍ପତି ଗିରଫ

BSKY

ନୂଆଦିଲ୍ଲୀ: ହୋଟେଲ ରୁମରେ ପର୍ଣ୍ଣ ଭିଲ୍ମ ସୁଟ୍ କରିବା ଅଭିଯୋଗରେ ଦମ୍ପତିଙ୍କୁ ଗରିଫ କରାଯାଇଛି । ମୁସଲିମ୍ ବହୁସଂଖ୍ୟକ ଦେଶ ଇଣ୍ଡୋନେସିଆରେ ସେହି ଦମ୍ପତିଙ୍କୁ ୬ ବର୍ଷ ଜେଲଦଣ୍ଡ ହୋଇପାରେ । ତେବେ ଦମ୍ପତି ୨ ଜଣ ହୋଟେଲ ରୁମରେ ମାସ୍କ ଲଗାଇ ପର୍ଣ୍ଣ ଫିଲ୍ମ ଶୁଟ୍ କରିଥିଲେ । ଏହା ପରେ ପୋଲିସ ଦୁହିଁଙ୍କୁ ଖୋଜିବାରେ ଲାଗିପଡ଼ିଥିଲା ।

ଡେଲିଷ୍ଟାର ରିପୋର୍ଟ ଅନୁସାରେ, ଦମ୍ପି ୨ ଜଣ ଇଣ୍ଡୋନେସିଆର ବାସିନ୍ଦା । ସେମାନଙ୍କର ଆଡଲ୍ଟ ଭିଡିଓ ସମଗ୍ର ଦେଶରେ ଭାଇରାଲ ହୋଇଥିଲା । ଇଣ୍ଡୋନେସିଆରେ ପର୍ଣ୍ଣୋଗ୍ରାଫୀକୁ ବ୍ୟାନ୍ କରାଯାଇଛି । ଏପରି ପରିସ୍ଥିତିରେ ଏପରି କାମ କିଏ କରିଛି ବୋଲି ପୋଲିସର ମୁଣ୍ଡବିନ୍ଧା ଆରମ୍ଭ ହୋଇଥିଲା ।

ଏହି ଆଡଲ୍ଟ ଭିଡିଓ କେବାୟା ମେରହା ନାମରେ ଅନଲାଇନରେ ଭାଇରାଲ ହୋଇଥିଲା । ଏହି ଭିଡିଓରେ ଯୁବତୀ ପାରମ୍ପରିକ ଲେସ ଟପରେ ନଜର ଆସିଥିଲେ । ପରିଚୟ ଲୁଚାଇବାକୁ ଯାଇ ଦମ୍ପତି ମାସ୍କ ପିନ୍ଧିଥିଲେ । ଏହା ପରେ ବି ଦୁହିଁଙ୍କୁ ଧରିବାରେ ପୋଲିସକୁ ସଫଳତା ମିଳିଛି । ଭିଡିଓର ବ୍ୟାକଗ୍ରାଉଣ୍ଡକୁ ଦେଖି ପୋଲିସ ସନ୍ଦେହ କରିଥିଲା ଓ ଦମ୍ପତିଙ୍କ ପାଖରେ ପହଞ୍ଚିପାରିଥିଲା ।

Get real time updates directly on you device, subscribe now.