fbpx

ରାସ୍ତାରେ ଖାଦ୍ୟ ବିକୁଛନ୍ତି ଏହି ପ୍ରସିଦ୍ଧ ଟିଭି ଆଙ୍କର: ଭାଇରାଲ ହେଉଛି ଫଟୋ

Advertisement

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ଭାଇରାଲ ଫଟୋ ଏବଂ ଭିଡିଓ ମଧ୍ୟରେ ଏବେ ଚର୍ଚ୍ଚାକୁ ଆସିଛି ଜଣେ ସାମ୍ବାଦିକଙ୍କ ମାମଲା । ତାଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଦିନେ ଟିଭି ଆଙ୍କର ଭାବରେ ପ୍ରସିଦ୍ଧି ଲାଭ କରିଥିବା ଏହି ସାମ୍ବାଦିକଙ୍କ ଅବସ୍ଥା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ସମୟର ସୁଅରେ ସେ ସମ୍ପୂର୍ଣ୍ଣ ବେହାଲ ହୋଇ ପଡିଛନ୍ତି । ଅନେକ ଲୋକ ଏବେ ତାଙ୍କ ପ୍ରତି ସହାନୁଭୂତି ଦେଖାଇଛନ୍ତି ।

ଘଟଣାଟି ଆଫଗାନିସ୍ତାନର ହୋଇଥିବା ଜଣାପଡିଛି । ପୂର୍ବ ରାଷ୍ଟ୍ରପତି ହାମିଦ କରଜଇ ସରକାରରେ କାମ କରିଥିବା କବୀର ହକମାଲୀ ଟ୍ୱିଟ ଯୋଗେ ଜଣେ ସାମ୍ବାଦିକଙ୍କ କାହାଣୀ ସେୟାର କରିଛନ୍ତି । ଏହି ପୋଷ୍ଟରେ ସେ ସାମ୍ବାଦିକଙ୍କର ଦୁଇଟି ଫଟୋ ଅପଲୋଡ କରିଛନ୍ତି । ଗୋଟିଏ ପଟେ ଆଙ୍କର ଭାବରେ ଏକ ଷ୍ଟୁଡିଓର ଫଟୋ ଥିବା ବେଳେ ଅନ୍ୟ ଫଟୋରେ ଏମିତି ଏକ ଫଟୋ ରହିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ରାସ୍ତା କଡରେ କିଛି ଖାଦ୍ୟ ବିକୁଥିବାର ଏକ ଫଟୋ ଏଥିରେ ଅପଲୋଡ କରିଛନ୍ତି କବୀର । ଯାହା ସୋସିଆଲ ମିହିୀଆରେ ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଏହି ଦୁଇଟି ଫଟୋ ଅପଲୋଡ କରି କବୀର ଲେଖିଛନ୍ତି, ତାଲିବାନୀ ଶାସନରେ ସାମ୍ବାଦିକଙ୍କ ଜୀବନ । ମୁସା ମହମ୍ମଦ ନାମକ ଏହି ସାମ୍ବାଦିକ ଜଣକ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ଟିଭି ଚାନେଲରେ କାମ କରି ସାରିଛନ୍ତି । କିନ୍ତୁ ଏବେ ତାଙ୍କୁ ପରିବାର ପୋଷିବା ପାଇଁ ମଧ୍ୟ ଟଙ୍କା ନାହିଁ । ଫଳରେ ସେ ଏବେ ରାସ୍ତା କଡରେ ଖାଦ୍ୟ ବିକି ରୋଜଗାର କରୁଛନ୍ତି ।

ଏହି ପୋଷ୍ଟରେ ଅନେକ ଭାରତୀୟ ମଧ୍ୟ କମେଣ୍ଟ କରିଛନ୍ତି । ଏହାପୂର୍ବରୁ କବୀର ଅନ୍ୟ ଜଣେ ସାମ୍ବାଦିକଙ୍କ ଭିଡିଓ ମଧ୍ୟ ଶେୟାର କରିଥିଲେ । ଏକରାମ ଇସ୍ମାତୀଙ୍କ ସହିତ ହୋଇଥିବା ଘଟଣା ସମ୍ପର୍କରେ ଜଣାଇଥିଲେ । ଜିନ୍ସ ପିନ୍ଧିବା ଏବଂ ଦାଢି ଶେଭ କରିଥିବା କାରଣରୁ ଏକାରାମଙ୍କୁ ମାଡ ମାରିବା ସହ ଅପମାନିତ କରିଥିବା ଘଟଣା ସେ ସମସ୍ତଙ୍କ ସାମନାକୁ ଆଣିଥିଲେ । ଏହାବ୍ୟତୀତ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦିଆଯାଇଥିଲା ।

Get real time updates directly on you device, subscribe now.