fbpx

(Video) ପ୍ଲାଷ୍ଟିକ୍ ବୋତଲ ପାଇଁ ଲଗାଇଦେଲେ ପ୍ରାଣ: ଅଳ୍ପକେ ବର୍ତ୍ତିଗଲା ଜୀବନ…

ଅନେକ ସମୟରେ ଅସାବଧାନତା କାରଣରୁ ଟ୍ରେନରେ ହେଉଥିବା ଦୁର୍ଘଟଣାର ଖବର ଆସୁଛି । ବିପଜ୍ଜନକ ଭାବରେ ଟ୍ରେନରେ ଯାତ୍ରାର କରୁଥିବାର ତ’ ପୁଣି କେତେବେଳେ ବିପଜ୍ଜନକ ଭାବରେ ଟ୍ରେନ୍ ଟ୍ରାକ୍ ପାର କରୁଥିବା ସମୟରେ ଦୁର୍ଘଟଣା ହୋଇଥାଏ । ହୁଏତ କିଛି ଭାଗ୍ୟବାନ୍ ଲୋକେ ଏହି ଦୁର୍ଘଟଣାରୁ ବର୍ତ୍ତିଯାଇଥାନ୍ତି । ଏଭଳି ଅନେକ ଭିଡିଓ ସାମ୍ନାକୁ ଆସିଛି । ତଥାପି ମଧ୍ୟ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ପରିଲକ୍ଷିତ ହେଉଛି । ଏବେ ପୁଣି ଏକ ଏଭଳି ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଯାହାକୁ ଦେଖିଲେ ଆପଣ ବି ହତବାକ୍ ହୋଇଯିବେ, ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ ।

ପ୍ରକୃତରେ ବର୍ତ୍ତମାନ ଏକ ରେଳ ଷ୍ଟେସନରେ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଠାରେ ଜଣେୂ ମହିଳା ଷ୍ଟେସନରେ ଗୋଟିଏ ପ୍ଲାଟଫର୍ମରୁ ଅନ୍ୟ ଏକ ପ୍ଲାଟଫର୍ମକୁ ଭୁଲ୍ ଭାବରେ ଆସିବାକୁ ଚେଷ୍ଟା କରୁଛନ୍ତି । ସେ ରେଳ ଟ୍ରାକ୍ ରୁ ପ୍ଲାଟଫର୍ମ ଉପରକୁ ଚଢ଼ିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ସେ ସେଥିରେ ବିଫଳ ହେଉଛନ୍ତି । କିନ୍ତୁ ଏହି ସମୟରେ ଜଣେ ଷ୍ଟେସନ କର୍ମଚାରୀଙ୍କ ନଜରକୁ ଆସିଥିଲେ । ସେ ତାଙ୍କୁ ସଙ୍ଗେ ସଙ୍ଗେ ଉପରକୁ ଆଣିଦେଇଥିଲେ । କିନ୍ତୁ ଏତିକିରେ କଥା ସରିନି ମହିଳା ଜଣକ ଚଢ଼ିବାବେଳେ ଏକ ପ୍ଲାଷ୍ଟିକ୍ ପାଣି ବୋତଲକୁ ପ୍ଲାଟଫର୍ମ ଧାରରେ ରଖିଦେଇଥିଲେ । ଯାହାକୁ ପୁଣି ଆଣିବାକୁ ଚେଷ୍ଟା କରିଥିଲେ । ବାସ୍ ଏତିକିବେଳେ ଏକ ସୁପରଫାଷ୍ଟ ଟ୍ରେନ ଦ୍ରୁତ ଗତିରେ ସେଠାରୁ ଅତିକ୍ରମ କରୁଛି । ଆଉ ମହିଳା ଜଣକ ଟ୍ରେନର ଅତି ନିକଟରୁ ବର୍ତ୍ତିଯାଉଛନ୍ତି । ଯାହାକୁ ଦେଖିଲେ ଆପଣ ନିଶ୍ଚୟ ଭୟକରିବେ ।

କୁହାଯାଉଛି ଏହି ଭିଡିଓ ଉତ୍ତରପ୍ରଦେଶର ସିକୋହାବାଦ ଷ୍ଟେସନର । ଏହି ଘଟଣାର ସିସିଟିଭି ଭିଡିଓ ଭାଇରାଲ ହେଉଛି । ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.