fbpx

Video; ଦିନ ୨ଟାରେ ସର୍ବସାଧାରଣରେ ମହିଳାଙ୍କୁ ଦୁଷ୍କର୍ମ, ଦେଖନ୍ତୁ କିପରି ସାହାଯ୍ୟ ବଦଳରେ ଭିଡିଓ କରି ଭାଇରାଲ କଲେ ଲୋକ

ଉଜ୍ଜୈନ: ମଧ୍ୟପ୍ରଦେଶର ଧର୍ମନଗରୀ ଉଜ୍ଜୈନରେ ଦୃଦୟବିଦାରକ ଘଟଣା । ସର୍ବସାଧାରଣରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି । ଜଣେ ବ୍ୟକ୍ତି ଫୁଟପାଥ୍ ରେ ମହିଳାଙ୍କୁ ଦୁଷ୍କର୍ମ କରୁଥିଲେ ଏବଂ ଅନ୍ୟ ଜଣକ ଏହାର ଭିଡିଓ ଉତ୍ତୋଳନ କରୁଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାକୁ ନେଇ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ।

ମିଳିଥିବା ସୂଚନା ଅନୁଯାୟୀ, ଉଜ୍ଜୈନର ଆଗର ନାକା ଅଞ୍ଚଳରେ ସ୍କ୍ରାପ୍ ସଂଗ୍ରହ କରୁଥିବା ଜଣେ ମହିଳାଙ୍କୁ ମଦ ପିଇବାକୁ ବାଧ୍ୟ କରାଯାଇଥିଲା ଏବଂ ଏହା ପରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା। କୋତଓ୍ଵାଲି ଅଞ୍ଚଳର ସିଟି ଏସ୍ ପି ଓମ୍ ପ୍ରକାଶ ମିଶ୍ର କହିଛନ୍ତି ଯେ ଅଜଣା ବ୍ୟକ୍ତିଙ୍କ ଦ୍ୱାରା ସୁଟିଂ କରାଯାଇଥିବା ଦୁଷ୍କର୍ମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ  ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।

ବୁଧବାର ଏହି ଘଟଣା ଘଟିଥିବା ବେଳେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତ ଲୋକେଶ ପୀଡ଼ିତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ମଦ ପିଇବା ପରେ ଦୁଷ୍କର୍ମ କରିଥିଲା। ସେଠାରୁ ଯାଉଥିବା କିଛି ଲୋକ ଅପରାଧକୁ ରୋକିବା ପରିବର୍ତ୍ତେ ଘଟଣାର ଭିଡିଓ ପ୍ରସ୍ତୁତ କରିଥିଲେ। ପରେ ଲୋକେଶ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏନେଇ ମହିଳା ଜଣକ ଅଭିଯୋଗ କରିବା ପରେ ଲୋକେଶଙ୍କୁ ଗିରଫ କରାଯାଇଛି।

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ନିଜ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି ଯେ ଉଜ୍ଜୈନରେ ଫୁଟପାଥରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଘଟଣା ଅତ୍ୟନ୍ତ ଭୟଙ୍କର। ଆଜି ସମଗ୍ର ଦେଶ ଚିନ୍ତା କରୁଛି ଯେ ଆମ ସମାଜ କେଉଁଆଡ଼େ ଯାଉଛି। ସେଠାରୁ ଯାଉଥିବା ଲୋକମାନେ ମହିଳାଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ଭିଡିଓ ତିଆରି କରୁଥିଲେ। ପବିତ୍ର ଉଜ୍ଜୈନ ମାଟିରେ ଘଟିଥିବା ଏଭଳି ଘଟଣା ମାନବିକତାକୁ କଳଙ୍କିତ କରିଛି।

Get real time updates directly on you device, subscribe now.