fbpx

‘I Love You’ ଲେଖି ଆତ୍ମହତ୍ୟା କଲେ ଯୁବକ: ରାସ୍ତାକଡ଼ ଗଛରୁ ମିଳିଲା ମୃତଦେହ

ଖଡ଼ିଆଳ: ପ୍ରେମ ସମସ୍ତଙ୍କୁ ମିଳିନଥାଏ । କାହାକୁ ମିଳେ ସଫଳତା ତ ଆଉ କାହାକୁ ମିଳିଥାଏ ବିଫଳତା । ଆଜିକାଲି ପ୍ରେମରେ ପଡ଼ିଥିବା ଯୁବପିଢ଼ି କିଛି ବି କରିବାକୁ ପଛାଉନାହାନ୍ତି । ପ୍ରେମରେ ହାରି ଲୋକମାନେ ଜୀବନ ଦେବାକୁ ମଧ୍ୟ ପଛାଉ ନାହାନ୍ତି । ଏହାରି ମଧ୍ୟରେ ରାସ୍ତାକଡ଼ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।

ସୂଚନା ଅନୁସାରେ, ବିଜେପୁର-କୁଶମାଲ ରାସ୍ତାକଡ଼ କଛରୁ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ । କିନ୍ତୁ ମୃତଦେହ ତଳେ ଫୁଲରେ ସଜେଇ ଲେଖାଯାଇଛି ‘ଆଇ ଲଭ ୟୁ’ । ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ । ଶବକୁ ଜବତ କରିବା ପରେ ପୋଲି ଛାନଭିନ୍ ଆରମ୍ଭ କରିଛି ।

Get real time updates directly on you device, subscribe now.