fbpx

ଜଣେ କି ୨ ଜଣ ନୁହେଁ, ଏକାବେଳେକେ ୩ ଯାଆଁଳା ଭଉଣୀଙ୍କୁ ବିବାହ କରିବେ ଯୁବକ

Advertisement

ଜଣେ ଯୁବକ ୩ ଜଣ ଯାଆଁଳା ଭଉଣୀଙ୍କ ସହ ପ୍ରେମ ସଂପର୍କରେ ଥିବା କଥା ଏବେ ସଭିଙ୍କୁ ଚକିତ କରିଛି । କେବଳ ସେତିକି ନୁହେଁ, ଯୁବକ ଜଣକ ଖୁବ୍ ଶୀଘ୍ର ତିନିଜଣ ଯାକଙ୍କୁ ବିବାହ ବି କରିବାକୁ ଯାଉଛନ୍ତି । ଯୁବକଙ୍କ କହିବା କଥା ହେଉଛି, ୩ ଜଣ ଯାକ ପତ୍ନୀଙ୍କୁ ପ୍ରେମ ଦେବା ତାଙ୍କ ପାଇଁ କିଛି ସମସ୍ୟା ନୁହେଁ । କାରଣ ସମସ୍ତଙ୍କୁ ସମାନ ସମୟ ଦେବା ପାଇଁ ସେ ଏକ ଟାଇମ୍-ଟେବଲ୍ ବି ପ୍ରସ୍ତୁତ କରିଛନ୍ତି ।

ନିକଟରେ ଏକ ସାକ୍ଷାତକାରରେ ୩ ଜଣ ଯାକ ଭଉଣୀ କେଟ୍, ଇବ୍ ଏବଂ ମେରି କହିଛନ୍ତି କି ସେମାନେ ଆସନ୍ତା ଏପ୍ରିଲ୍ ମାସରେ ସେମାନଙ୍କ ଭାବୀପତି ଲକି ଷ୍ଟିଭୋଙ୍କୁ ବିବାହ କରିବାକୁ ଯାଉଛନ୍ତି । ଲକିଙ୍କର ପ୍ରଥମେ କେଟ୍ଙ୍କ ସହ ସମ୍ପର୍କ ହୋଇଥିଲା । କେଟ୍ ଲକିଙ୍କୁ ତାଙ୍କର ଅନ୍ୟ ଦୁଇ ଭଉଣୀଙ୍କ ସହ ପରିଚିତ କରାଇଥିଲେ । ୩ ଜଣ ଯାକ ସଂଗୀତ କ୍ଷେତ୍ରରେ କାର୍ଯ୍ୟରତ ଓ ଏବେ ସେମାନଙ୍କ ବୈବାହିକ ଜୀବନ ବି ଏକ ପ୍ରକାରର ହେବାକୁ ଯାଉଛି, କାରଣ ସେମାନେ ତିନିହେଁ ଜଣେ ହିଁ ପୁଅକୁ ବିବାହ କରିବାକୁ ସ୍ଥିର କରିଛନ୍ତି ।

ଏମାନେ ଯେଉଁ ଧର୍ମର, ସେହି ଧର୍ମରେ ଏକାଧିକ ବିବାହକୁ ନେଇ କୌଣସି କଟକଣା ନାହିଁ । ତେବେ ଲକି କହନ୍ତି ଯେ ସେ ଜଣେ ସଚ୍ଚୋଟ ମଣିଷ ହୋଇଥିବାରୁ ତାଙ୍କୁ ସବୁକିଛି ଅଧିକ ମିଳିଥାଏ । ଏପରିକି ଆଶୀର୍ବାଦ ବି । ସେଥିପାଇଁ ଈଶ୍ୱର ତାଙ୍କୁ ୩ ଜଣ ପତ୍ନୀ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.