fbpx

ଷ୍ଟିଲ୍ ଗ୍ଲାସରେ ପାଣି ପିଇବାର ଅଦ୍ଭୁତ ଫାଇଦା

Advertisement

ପାଣି ପିଇବା ପାଇଁ ଲୋକମାନେ ସାଧାରଣତଃ ଘରେ ଷ୍ଟିଲ ଗ୍ଲାସ ବ୍ୟବହାର କରନ୍ତି । ସେଥିପାଇଁ ପ୍ରାୟ ଘରେ ପାଣି ପିଇବା ଓ ରଖିବା ପାଇଁ ପ୍ଲାଷ୍ଟିକ୍ ବୋତଲ ବ୍ୟବହାର କରାଯାଏ । କାଚରେ ତିଆରି ଗ୍ଲାସ୍ କିମ୍ବା ବୋତଲ ବହୁତ କମ୍ ବ୍ୟବହାର ହୁଏ । ବିଶେଷକରି ଯେତେବେଳେ ଜଣେ ଅତିଥି ଆସନ୍ତି ସେତେବେଳେ ଆମେ କାଚ ଗ୍ଲାସର ବ୍ୟବହାର କରୁ ।

କିନ୍ତୁ ଯଦି ଆପଣ ପ୍ରତିଦିନ କାଚ ଗ୍ଲାସରେ ପାଣି ପିଅନ୍ତି, ତେବେ ଆପଣ ଅନେକ ଲାଭ ପାଇବେ । ସାଧାରଣତଃ ଯେତେବେଳେ ଆପଣ ପ୍ଲାଷ୍ଟିକ୍ ବୋତଲ କିମ୍ବା ଷ୍ଟିଲ ଗ୍ଲାସରେ ପାଣି ପିଅନ୍ତି ଏହାର ସ୍ୱାଦ ସାଧାରଣ ପାଣି ଠାରୁ ଟିକିଏ ଅଲଗା ଲାଗିଥାଏ । କିଛି ବାସ୍ନା ମଧ୍ୟ ଆସେ । ଏହାର କାରଣ ହେଉଛି ପ୍ଲାଷ୍ଟିକରେ କ୍ଷତିକାରକ ରାସାୟନିକ ପଦାର୍ଥ ଥାଏ । ଯାହା ପାଣି ମାଧ୍ୟମରେ ଶରୀରକୁ ଯାଇ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟିକରେ । କିନ୍ତୁ କାଚ ଗ୍ଲାସ କିମ୍ବା ବୋତଲରେ କୌଣସି ପ୍ରକାରର ରାସାୟନିକ ପଦାର୍ଥର ବିପଦ ନଥାଏ । ଆହୁରି ମଧ୍ୟ କୌଣସି ପ୍ରକାରର ଗନ୍ଧ କିମ୍ବା ସ୍ୱାଦରେ ପରିବର୍ତ୍ତନ ହୋଇନଥାଏ ।

ଯେତେବେଳେ କାଚ ଗ୍ଲାସ୍, ବୋତଲରେ ପାଣି ରଖାଯାଏ, ତାହା ଦିନସାରା ସତେଜ ରହିଥାଏ । ଆହୁରି ମଧ୍ୟ ଏଥିରେ ପାଣି ସଫା ଅଛି କି ନାହିଁ ଜାଣିବା ସହଜ ହୋଇଥାଏ । କାଚ ଗ୍ଲାସଟି ପରିଷ୍କାର ହୋଇଥିବାରୁ ପାଣିରେ ଥିବା ମଇଳା ମଧ୍ୟ ଶୀଘ୍ର ଜଣାପଡ଼ିଯାଏ । ଅନେକଥର ଷ୍ଟିଲ୍ ଗ୍ଲାସ କିମ୍ବା ପ୍ଲାଷ୍ଟିକ୍ ଗ୍ଲାସରେ ପାଣି ପିଇଲେ ଆଁଇଷ ଗନ୍ଧ ଆସେ । କିନ୍ତୁ କାଚ ଗ୍ଲାସରେ ପାଣି ପିଇଲେ ଏପରି କିଛି ଅନୁଭବ ହୁଏ ନାହିଁ । କାଚ ଗ୍ଲାସ ସଫା କରିବା ବହୁତ ସହଜ ।

Get real time updates directly on you device, subscribe now.