fbpx

ଏହି ତାରିଖ ସୁଦ୍ଧା ମାଗଣାରେ ଅପଡେଟ୍ କରନ୍ତୁ ନିଜର ଆଧାର କାର୍ଡ, ନଚେତ୍ ଦେବାକୁ ପଡ଼ିବ ଟଙ୍କା

ନୂଆଦିଲ୍ଲୀ: ଆଜିକାଲି ଆଧାର କାର୍ଡ ସମସ୍ତଙ୍କ ପାଇଁ ପ୍ରଥମ ପରିଚୟ ପତ୍ର ଭାବରେ ଗଣାଯାଉଛି । ପ୍ରତ୍ୟେକ କାମରେ ପ୍ରଥମେ ଆଧାର କାର୍ଡର ଆବଶ୍ୟକ ରହିଛି । ତେଣୁ ଆଧାର କାର୍ଡରେ ପ୍ରକୃତ ଏବଂ ସଠିକ ତଥ୍ୟ ରହିବା ନିହାତି ଆବଶ୍ୟକ । କିନ୍ତୁ ଅନେକ ସମୟରେ କିଛିଲୋକଙ୍କର ଡାଟା ଆଧାର କାର୍ଡରେ ଭୁଲ ରହିଥାଏ, ଯେଉଁଥିପାଇଁ ସେମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ବର୍ତ୍ତମାନ ମାଗଣାରେ ଏହାକୁ ଅପଡେଟ କରିବା ପାଇଁ ସୁଯୋଗ ଆଣିଛି UIDAI । ଏହି କ୍ରମରେ ଏବେ ଆଧାରକାର୍ଡ ସହିତ ଜଡିତ ଏକ ବଡ ଖବର ଆସିଛି ।

ୟୁଡିଏଆଇ ତରଫରୁ ଯାହାର ଆଧାରକାର୍ଡ ୧୦ ବର୍ଷରୁ ଅଧିକ ହୋଇଛି ତାହାକୁ ଅପଡେଟ୍ କରାଇନେବାକୁ କୁହାଯାଉଛି । ସାଧାରଣ ଭାବେ ଆଧାରକାର୍ଡ ଅପଡେଟ୍ ପାଇଁ ଆପଣଙ୍କୁ ଦେୟ ଦେବାକୁ ପଡିଥାଏ । ହେଲେ ୟୁଡିଏଆଇ ଏବେ ଏହାକୁ ମାଗଣା କରିବାର ସୁବିଧା ଦେଇଛି ।

ଆଧାରକାର୍ଡରେ ଲୋକଙ୍କ ନାମ, ଠିକଣା, ଫଟୋ ଓ ବାୟୋମେଟ୍ରିକ ଭଳି ମହତ୍ୱପୂର୍ଣ୍ଣ ସୂଚନା ରହିଥାଏ । ଡିଜିଟାଲ ଇଣ୍ଡିଆ କ୍ରମରେ ଚଳିତବର୍ଷ ଜୁନ ୧୪ ତାରିଖ ମଧ୍ୟରେ ଆଧାରକାର୍ଡକୁ ମାଗଣାରେ ଅପଡେଟ୍ କରିପାରିବେ । ଯଦି ଆପଣ ଏହି ତାରିଖ ମଧ୍ୟରେ ଯଦି ଆପଣ ଆଧାରକାର୍ଡ ଅପଡେଟ୍ କରୁନାହାଁନ୍ତି ତେବେ ଆପଣଙ୍କୁ ୧୦୦ କିମ୍ବା ତା ଠାରୁ ଅଧିକ ଟଙ୍କା ଦେବାକୁ ପଡିବ ।

କିପରି କରିବେ ଅପଡେଟ?

– ମୋବାଇଲ ନମ୍ବର ଜରିଆରେ https://myaadhaar.uidai.gov.in/ ରେ ଲଗ୍ ଇନ୍ କରନ୍ତୁ
– ଏହାପରେ ନିଜ ଆଧାର ନମ୍ବର ଏବଂ ଓଟିପି ଅପଲୋଡ କରନ୍ତୁ
– ଏହାପରେ ଡକ୍ୟୁମେଣ୍ଟ ଅପଡେଟକୁ ସିଲେକ୍ଟ କରନ୍ତୁ ଏବଂ ଭେରିଫାଏ କରନ୍ତୁ
– ଡ୍ରପ ଲିଷ୍ଟରେ ନିଜ ଆଇଡି ପ୍ରୁଫ ଏବଂ ଆଡ୍ରେସ ପ୍ରୁଫ ସ୍କାନ କରି ଅପଲୋଡ କରିନିଅନ୍ତୁ
– ସବମିଟ ଉପରେ କ୍ଲିକ କରନ୍ତୁ, ଏହାପରେ ଆପଣଙ୍କୁ ଏକ ରିକ୍ୟୁଏଷ୍ଟ ନମ୍ବର ମିଳିବ ଏବଂ ଆଧାର ଅପଡେଟ ଫର୍ମ ସବମିଟ ହୋଇଯିବ ।
– ରିକ୍ୟୁଏଷ୍ଟ ନମ୍ବର ଜରିଆରେ ନିଜ ଆଧାରର ଷ୍ଟାଟସ ଜାଣିପାରିବେ ।

Get real time updates directly on you device, subscribe now.