fbpx

ଇପିଏଫ୍‌ଓରେ ଆଧାରକୁ ନେଇ UIDAI ନେଲା ଏହି ନିଷ୍ପତ୍ତି, ଆଧାର ଜନ୍ମତିଥିର ପ୍ରମାଣ ନୁହେଁ

ନୂଆଦିଲ୍ଲୀ: ଆଜିର ଯୁଗରେ ଏକ ପ୍ରମାଣପତ୍ର ଭାବରେ ଆଧାର କାର୍ଡର କେତେ ଗୁରୁତ୍ୱ ରହିଛି ଏହା ସମସ୍ତେ ଜାଣନ୍ତି । ଏବେ ଏହା ବିନା କୌଣସି ବି ଆର୍ଥିକ କାର୍ଯ୍ୟ ହୋଇପାରିବ ନାହିଁ । ସବୁ ଜିନିଷରେ ଏବେ ଆମକୁ ଆଧାର ସଂଯୋଗ କରିବାକୁ ପଡିବ । କିନ୍ତୁ ଏ କ୍ଷେତ୍ରରେ ଏକ ନୂଆ ନିୟମ ବି ରହିଛି । ଏହା ହେଉଛି କର୍ମଚାରୀ ଭବିଷ୍ୟ ନିଧି ସଂଗଠନରେ ଏବେ ଜନ୍ମ ପ୍ରମାଣପତ୍ର ଭାବରେ ଆଧାରକୁ ମାନ୍ୟତା ଦିଆଯିବ ନାହିଁ । ଆଧାର ପରିଚାଳନା କରୁଥିବା ସଂସ୍ଥା ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ଏହା ଉପରେ ନିଷ୍ପତ୍ତି ନେଇଛି । ଏହି ଆଧାରରେ ଇପିଏଫ୍‌ଓ ଏହି ବିଷୟରେ ଏକ ବିଜ୍ଞପ୍ତି ମଧ୍ୟ ଜାରି କରିଛି । ଏହି କ୍ରମରେ ଇପିଏଫଓ କହିଛି ଆଧାର କୌଣସି ଜନ୍ମ ପ୍ରମାଣପତ୍ର ନୁହେଁ ବରଂ ଏହା ମୁଖ୍ୟତଃ ଏକ ପରିଚୟ ସତ୍ୟପାଠ ପ୍ରମାଣପତ୍ର ।

ଇପିଏଫ୍‌ଓ ପକ୍ଷରୁ କୁହାଯାଇଛି କି UIDAI ପକ୍ଷରୁ ଯେଉଁ ପତ୍ର ମିଳିଛି ସେଥିରେ କୁହାଯାଇଛି କି ଜନ୍ମତିଥି ପ୍ରମାଣ ଭାବରେ ଆଧାରର ଉପଯୋଗକୁ ତାଲିକାର ହଟାଇ ଦିଆଯିବା ଉଚିତ । ଏହାକୁ ଲକ୍ଷ୍ୟ କରି ଆଧାରକୁ ଲିଷ୍ଟରୁ ହଟାଯାଉଛି । କେନ୍ଦ୍ରୀୟ ଭବିଷ୍ୟନିଧି ଆୟୁକ୍ତ ସର୍କୁଲାର ଉପରେ ହସ୍ତାକ୍ଷର କରିଦେଇଛନ୍ତି । UIDAI ନିର୍ଦ୍ଦେଶ ଅନୁସାରେ ଆଧାରକୁ ବହୁ ଲାଭାର୍ଥୀଙ୍କ ଦ୍ୱାରା ଜନ୍ମତିଥି ପ୍ରମାଣ ରୂପରେ ମାନ୍ୟତା ଦିଆଯାଉଛି । କିନ୍ତୁ ଏହା ଏକ ବିଶିଷ୍ଟ ପରିଚୟ ପ୍ରମାଣପତ୍ର । ଆଧାର ଅଧିନିୟମ ୨୦୧୬ ଅନୁଯାୟୀ ଏହାକୁ ଜନ୍ମତିଥି ପ୍ରମାଣ ରୂପରେ ମାନ୍ୟତା ଦିଆଯାଇ ନାହିଁ । ଏଣୁ ଏହା ଜନ୍ମତିଥିର ପ୍ରମାଣ ଭାବରେ ବ୍ୟବହାର କରାଯିବ ନାହିଁ । ନୂଆ ଗାଇଡଲାଇନ ଅନୁଯାୟୀ ଇପିଏଫ୍‌ଓର ଆପ୍ଲିକେସନ ସଫ୍‌ଟୱେୟାରରେ ଜରୁରୀ ସଂଶୋଧନ କରାଯିବ ।

Get real time updates directly on you device, subscribe now.