fbpx
BSKY SKY
BSKY SKY

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ବିଜେପିର ରହିଛି ଏହି ମେଗା ପ୍ଲାନ୍‌, ଟାର୍ଗେଟ୍ ସ୍ଥିର ହୋଇସାରିଲାଣି

BSKY

ନୂଆଦିଲ୍ଲୀ: ରାମ ମନ୍ଦିର ଉଦଘାଟନ କାର୍ଯ୍ୟକ୍ରମ କରିବା ପରେ ବିଜେପି ୨୦୨୪ ଲୋକସଭା ନିର୍ବାଚନ ଲାଗି ଜୋରଦାର ପ୍ରସ୍ତୁତିରେ ଲାଗିଯିବ । ଏଥିପାଇଁ ବିଜେପି ମେଗାପ୍ଲାନ ପ୍ରସ୍ତୁତ କରିନେଇଛି । ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ନିର୍ବାଚନ ପୂର୍ବରୁ ସାରା ଦେଶରେ ୧୪୦ରୁ ଅଧିକ ସାର୍ବଜନିକ କାର୍ଯ୍ୟକ୍ରମରେ ଭାଗ ନେବେ ।

୪ରୁ ୧୧ ଫେବୃୟାରୀ ପର୍ଯ୍ୟନ୍ତ ବିଜେପି ଗାଓଁ ଚଲୋ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି । ଏହି ସମୟରେ ମତଦାତାଙ୍କୁ ନରେନ୍ଦ୍ର ମୋଦୀ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଓ କଲ୍ୟାଣକାରୀ ଯୋଜନା ବିଷୟରେ ସୂଚିତ କରିବା ଲାଗି ଭାରତର ୭ ଲକ୍ଷ ଗ୍ରାମ ଓ ସମସ୍ତ ସହର ବୁଥ୍‌ରୁ ଜଣେ ଜଣେ ଦଳ କର୍ମକର୍ତ୍ତା ଉପସ୍ଥିତ ରହିବେ । ଅନ୍ୟପକ୍ଷରେ ୭ରୁ ୮ ଲୋକସଭା ସିଟ୍ ପ୍ରତ୍ୟେକ କ୍ଲଷ୍ଟରର ଅଂଶ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ କ୍ଲଷ୍ଟର ପ୍ରଭାରୀଙ୍କ ସହ କଥା ହେବେ ।

ଗାଓଁ ଚଲୋ ଅଭିଯାନ ଜରିଆରେ ଏହି ଲକ୍ଷ୍ୟ ସ୍ଥିର କରାଯାଇଛି କି ଦଳର ପ୍ରତି ବୁଥ୍‌ରେ ପ୍ରାୟ ୫୧% ଭୋଟ ମିଳିବ । ଯଦି ୨୦୧୯ ନିର୍ବାଚନରେ ଏହି ଟାର୍ଗେଟ୍ ହାସଲ କରାଯାଇପାରିଥିଲା ତେବେ ୨୦୨୪ ନିର୍ବାଚନରେ ଏହାଠାରୁ ଅଧିକ ଲକ୍ଷ୍ୟ ପୁରଣ କରାଯାଇପାରିବ । ଏଥିପାଇଁ ଟିମ୍ ଗଠନର ତରିକା ମଧ୍ୟ ସ୍ଥିର କରାଯାଇ ସରିଲାଣି । ଏଥିପାଇଁ ରାଜ୍ୟ ସ୍ତରୀୟ ଟିମ୍ ଗଠନ କରାଯିବ ଯେଉଁଥିରେ ଜଣେ ସଂଯୋଜକ ଓ ୪ ସହ ସଂଯୋଜକ ରହିବେ । ସେହିପରି ଜିଲ୍ଲା ସ୍ତରୀୟ ଟିମ଼୍‌ରେ ଜଣେ ସଂଯୋଜକ ଓ ୨ ସହ ସଂଯୋଜକ ରହିବେ । ମଣ୍ଡଳବାଲା ଟିମ୍‌ରେ ଜଣେ ସଂଯୋଜକ ଓ ଜଣେ ସହ ସଂଯୋଜକ ରହିବେ । ଗାଁ ଓ ସହର ଟିମ୍‌ରେ ଜଣେ ସଂଯୋଜକ ରହିବେ ।

Get real time updates directly on you device, subscribe now.