fbpx
BJD SKY
BJD SKY

ସରକାରୀ କମ୍ପାନୀ AAI ରେ ବହୁ ପଦବୀ ଲାଗି ଆବେଦନ ଆହ୍ୱାନ, ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ

BJD

ନୂଆଦିଲ୍ଲୀ:ସରକାରୀ ଚାକିରୀ ଲକ୍ଷ୍ୟରେ ଥିଲେ ହାତଛଡା କରନ୍ତୁ ନାହିଁ ଏହି ସୁଯୋଗ । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI)ଆପ୍ରେନଟାଇସ୍ ପଦ ଲାଗି ବିଜ୍ଞାପନ ପ୍ରକାଶ କରିଛି । ଯେଉଁମାନେ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ AAI ର ଅଫିସିଆଲ ୱେବସାଇଟ୍କୁ( aai.aero) ଯାଇ ଅନଲାଇନ୍ ଆବେଦନ କରିପାରିବେ । ଏହି ଅଭିଯାନ ଜରିଆରେ ୧୮୫ ପଦରେ ନିଯୁକ୍ତି ଦିଆଯିବ । ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ୩ ଡିସେମ୍ବର ୨୦୨୩ ରହିଛି ।
ଖାଲିଥିବା ପଦ:
ସିଭିଲ-୩୨, ଇଲେକ୍ଟ୍ରିକାଲ-୨୫, ଇଲେକ୍ଟ୍ରୋନିକ୍ସ-୨୯, କମ୍ପ୍ୟୁଟର ସାଇନ୍ସ:୭, ଏରୋନେଟିକଲ୍‌-୨, ଏରୋନେଟିକ୍ସ -୪, ଆର୍କିଟେକ୍‌ଚର-୩, ମେକାନିକାଲ-୫, କମ୍ପ୍ୟୁଟର ଅପରେଟର ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ-୭୦, ମ୍ୟାଥମେଟିକ୍ସ/ଷ୍ଟାଟିଟିକ୍ସ- ୨, ଡାଟା ଆନାଲିଟିକ୍ସ-୩, ଷ୍ଟେନୋ-୩ ।
ଯୋଗ୍ୟତା:
ଗ୍ରାଜୁଏଟ୍‌/ଡିପ୍ଲୋମା: ଆଶାୟୀ ପ୍ରାର୍ଥୀଙ୍କ ନିକଟରେ ଏଆଇସିଟିଇ, ଭାରତ ସରକାରଙ୍କ ଦ୍ୱାରା ମାନ୍ୟତାପ୍ରାପ୍ତ ଉପରୋକ୍ତ କୌଣସି ବି ଷ୍ଟ୍ରିମ୍‌ରେ ଇଂଜିନିୟରିଂରେ ୪ ବର୍ଷର ଡିଗ୍ରୀ କିମ୍ବା ୩ ବର୍ଷର ଡିପ୍ଲୋମା କରିଥିବା ଉଚିତ ।
ବୟସ ସୀମା:୩୧ ଡିସେମ୍ବର ୨୦୨୩ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୧୮ରୁ ୨୬ ବର୍ଷ ମଧ୍ୟରେ ହୋଇଥିବା ଉଚିତ ।
ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଚୟନ ଯୋଗ୍ୟତା ପରୀକ୍ଷାରେ ମାର୍କ ପ୍ରତିଶତ ଆଧାରରେ ହେବ । ଯେଉଁ ପ୍ରାର୍ଥୀମାନଙ୍କୁ ସର୍ଟଲିଷ୍ଟ କରାଯିବ ସେମାନଙ୍କୁ ସମସ୍ତ ପ୍ରମାଣପତ୍ର ସହ ସାକ୍ଷାତକାର ପାଇଁ ଡକାଯିବ । ଅନ୍ତିମ ଚୟନ ସାକ୍ଷାତକାର/ସାର୍ଟିଫିକେଟସ୍ ଭେରିଫିକେସନ ଓ ମେଡିକାଲ ଫିଟନେସ୍ ଆଧାରରେ କରାଯିବ ।

Get real time updates directly on you device, subscribe now.