fbpx

ବିନା ଅଫରରେ ପାଇପାରିବେ ଫ୍ଲିପକାର୍ଟ ଏବଂ ଆମାଜନରେ ବଡ଼ ରିହାତି: ଜାଣି ରଖନ୍ତୁ ଏହି ହ୍ୟାକ

ଓଡିଶା ଭାସ୍କର: ବର୍ତ୍ତମାନର ଡିଜିଟାଲ ଜମାନାରେ ଅନେକ ଲୋକ ଅନଲାଇନ ସପିଂ କରିବାକୁ ଅଧିକ ପସନ୍ଦ କରନ୍ତି । କାରଣ ଘରେ ବସି ବସି ଏଠାରେ ସମସ୍ତ ପ୍ରକାର ଜିନିଷ ମିଳିଯାଇଥାଏ । ତେବେ ସପିଂ କରିବା ପୂର୍ବରୁ ଅନେକ ଲୋକ ଅଫରକୁ ଅପେକ୍ଷା କରଥାନ୍ତି । କିନ୍ତୁ ଅଧିକାଂଶ ସମୟରେ କୌଣସି ନୂତନ ଅଫର ଆସିବା ପାଇଁ କିଛି ସମୟ ନେଇଥାଏ । ତେବେ ଆଜି ଆମେ ଆପଣଙ୍କୁ କିଛି ହ୍ୟାକ୍ କହିବାକୁ ଯାଉଛୁ ଯାହା ଦ୍ୱାରା ଆପଣ ବିନା କୌଣସି ରିହାତି ଅଫରରେ ମଧ୍ୟ ବିଶେଷ ରିହାତି ପାଇପାରିବେ।

କ୍ରେଡିଟ କାର୍ଡ଼ର ବ୍ୟବହାର: ଅନେକ ଲୋକ ଅନଲାଇନ୍ ସପିଂ କରିବା ସମୟରେ ପ୍ରାୟତଃ ଡେବିଟ୍ କାର୍ଡ ଦ୍ୱାରା କିମ୍ବା ନଗଦ ଅର୍ଥ ଦେଇଥାନ୍ତି । କିନ୍ତୁ ଯଦି ଆପଣ କିଣୁଥିବା ଜିନିଷ ଉପରେ ଭଲ ରିହାତି ଚାହୁଁଛନ୍ତି ତେବେ କ୍ରେଡିଟ୍ କାର୍ଡ ଦ୍ୱାରା ପେମେଣ୍ଟ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । କାରଣ ଅନଲାଇନ୍ ସପିଂ ସାଇଟଗୁଡ଼ିକର କ୍ରେଡିଟ୍ କାର୍ଡ କମ୍ପାନୀମାନଙ୍କ ସହ ଯୋଗାଯୋଗ ଥାଏ ଏବଂ ସେମାନଙ୍କର କୌଣସି ଜିନିଷ କିଣିବା ଉପରେ ଆପଣଙ୍କୁ ଭଲ ରିହାତି ମିଳିପାରେ ।

ୱିକେଣ୍ଡରେ କରନ୍ତୁ ନାହିଁ ସପିଂ: ଅନେକ ଲୋକ ଭାବନ୍ତି ଯେ ୱିକେଣ୍ଡରେ ଅନଲାଇନ୍ ସପିଂ କରି ସେମାନେ ଭଲ ରିହାତି ପାଆନ୍ତି । କିନ୍ତୁ ଏହା ସମ୍ପୂର୍ଣ୍ଣ ବିପରୀତ । ଯଦି ଆପଣ ସର୍ବାଧିକ ରିହାତି ଚାହୁଁଛନ୍ତି ତେବେ ୱିକେଣ୍ଡରେ ସପିଂ କରିବା ପରିବର୍ତ୍ତେ ୱିକ ଡେ’ରେ ସପିଂ କରନ୍ତୁ । ଏହି ଦିନରେ ସପିଂ ସାଇଟ ବେଶୀ ବ୍ୟସ୍ତ ନଥିବା କାରଣରୁ ଆପଣଙ୍କୁ ବେଶ ଭଲ ରିହାତି ମିଳିଥାଏ ।

EMI: ଯଦି ଆପଣ କୌଣସି ଦାମୀ ଜିନିଷ କିଣୁଛନ୍ତି ତେବେ ଆପଣ EMI ଦ୍ୱାରା କିଣିବାକୁ ଚେଷ୍ଟା କରିବା ଉଚିତ । କାରଣ ଏହା ଦ୍ୱାରା ଆପଣ ଜିନିଷ କିଣା ଉପରେ ବେଶ ଭଲ ରିହାତି ପାଇପାରିବେ।

Get real time updates directly on you device, subscribe now.