fbpx

(Video) ବିଶ୍ୱକପରୁ କେତେ ଟଙ୍କା ପାଇବେ ଚମ୍ପିଆନ୍ ଦଳର ଖେଳାଳି? ଜାଣନ୍ତୁ ବିଶ୍ୱକପର ବିଜୟୀ ରାଶି

ନୂଆଦିଲ୍ଲୀ: ବିଶ୍ୱକପ ଫାଇନାଲ ମ୍ୟାଚ ପାଇଁ ସଜେଇ ହୋଇସାରିଛି ମହାମଞ୍ଚ । ରବିବାର ବିଶ୍ୱ କ୍ରିକେଟର ଦୁଇ ଶକ୍ତିଶାଳୀ ଦଳ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟ୍ରଫି ପାଇଁ ହେବ କଡ଼ା ଟକ୍କର । ଦୀର୍ଘ ୨୦ ବର୍ଷ ପରେ ଏହି ଦୁଇ ଟିମ୍ ପୁଣି ଥରେ ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ତେବେ ଫାଇନାଲ କିଏ ଜିତିବ ସେଥିପାଇଁ ଚାଲିଛି ଅଙ୍କକଷା । ଚମ୍ପିଆନ୍ ଦଳକୁ ମିଳିବ ବିଶ୍ୱକପ ଟ୍ରଫି । ସେହିପରି ସର୍ବଶ୍ରେଷ୍ଠ ବ୍ୟାଟରଙ୍କୁ ଗୋଲ୍ଡେନ ବ୍ୟାଟ୍ ସାଙ୍ଗକୁ ସର୍ବଶ୍ରେଷ୍ଠ ବୋଲରଙ୍କୁ ଗୋଲ୍ଡେନ ବଲ ପ୍ରଦାନ କରାଯିବ । ତେବେ ଦଳର ଅନ୍ୟ ଖେଳାଳିମାନଙ୍କୁ କ’ଣ ମିଳିବ? ଦଳ ବିଜୟୀ ହେଲେ କେତେ ଟଙ୍କା ପାଇବେ ଖେଳାଳି?

ବର୍ତ୍ତମାନ ସୁଦ୍ଧା ଉଭୟ ଦଳ ବିସ୍ଫୋରକ ପ୍ରଦର୍ଶନ କରି ଫାଇନାଲରେ ଏଣ୍ଟ୍ରି କରିଛନ୍ତି । ଆଉ ଗୋଟିଏ ପାଦ ଅତିକ୍ରମ କରିପାରିଲେ ଦଳ ଆଗରେ ଚମ୍ପିଆନ୍ ହେବାର ସୁବର୍ଣ୍ଣ ସୁଯୋଗ ରହିଛି । ଏହି ବିଶ୍ୱକପ ଜିତିବା ପରେ ମାଲାମାଲ ହୋଇଯିବେ ଚମ୍ପିଆନ୍ ଦଳର ଖେଳାଳି । ଅଧିନାୟକଙ୍କ ସହ ଦଳର ସମସ୍ତ ଖେଳାଳି ଏବଂ କୋଚିଂ ଷ୍ଟାଫ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ତେବେ ଟିମ ଇଣ୍ଡିଆ ୱାଲର୍ଡକପ ଜିତିଲେ କେତେ କମେଇବ ? ସୂଚନାନୁସାରେ, ବିସିସିଆଇ ୪୦ଲକ୍ଷ ଡଲାର(୩୩.୨୫କୋଟି ଟଙ୍କା) ପୁରସ୍କାର ପାଇବ । ଏହାପରେ ବିସିସିଆଇ ଏହାକୁ ବିଶ୍ୱକପ ଖେଳୁଥିବା ଟିମ୍, ଖେଳାଳୀ ଓ କୋଚଙ୍କ ମଧ୍ୟରେ ଭାଗବଣ୍ଟା କରିବ । ବିସିସିଆଇ କେବଳ ଏଥିରୁ ନୁହେଁ ସ୍ପନ୍ସରସିପ, ଟିକେଟ୍ ବିକ୍ରି ଓ ଟିଭି-ଡିଜିଟାଲ ରାଇଟରୁ ମଧ୍ୟ ଟଙ୍କା କମେଇବ ।

ବିଶ୍ୱକପରେ ଜବରଦସ୍ତ ଫର୍ମରେ ରହିଛି ଭାରତ । ସେମି ଫାଇନାଲ ସହିତ ଏପର୍ଯ୍ୟନ୍ତ ଖେଳିଥିବା ସମସ୍ତ ୧୦ଟି ଯାକ ମ୍ୟାଚରେ ଦଳ ବିଜୟୀ ହୋଇଛି । ଟ୍ରଫି ଠାରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛି ଟିମ୍ ଇଣ୍ଡିଆ । ତେବେ ଅଷ୍ଟ୍ରେଲିଆ ଭାରତକୁ ହରାଇ ତୃତୀୟ ଥର ପାଇଁ ବିଶ୍ୱକପ୍ ଚାମ୍ପିଅନ୍ ହେଉ ଏହା ପ୍ରତ୍ୟେକ ଭାରତୀୟଙ୍କ ଇଚ୍ଛା । ଏବେ ଟିମ୍ ଇଣ୍ଡିଆର ଜବରଦସ୍ତ ଖେଳାଳୀ ବିରାଟ କୋହଲି, ଶୁଭମନ ଗିଲ, ମହମ୍ମଦ ଶାମୀ ଏବଂ ସୂର୍ଯ୍ୟକୁମାର ଓ ଅନ୍ୟ ପାୱାର ପ୍ୟାକ୍ ଖେଳାଳୀଙ୍କୁ ନେଇ ଭାରତ ଫାଇନାଲରେ ଏଣ୍ଟ୍ରି କରିିଛି ରୋହିତ ଶର୍ମା ।

Get real time updates directly on you device, subscribe now.