fbpx
BJD SKY
BJD SKY

ଯୁବକଙ୍କୁ ଟାଣିନେଲା କୁମ୍ଭୀର, ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଘଟିଛି ଅଘଟଣ

BJD

ଭୁୁବନେଶ୍ୱର:ରାଜ୍ୟରେ କୁମ୍ଭୀର ଆତଙ୍କ ଥମିବାର ନାଁ ଧରୁନାହିଁ । ଗତ କିଛିଦିନ ତଳେ କେନ୍ଦ୍ରାପଡାରେ ବିଭିନ୍ନ ସ୍ଥାନରେ କୁମ୍ଭୀର ଆକ୍ରମଣରେ ବହୁ ଲୋକ ପ୍ରାଣ ହରାଇଥିଲେ । କିଛିଦିନ ବ୍ୟବଧାନ ପରେ ଏବେ ପୁଣି ପଟ୍ଟାମୁଣ୍ଡାଇରେ ମାତିଛି କୁମ୍ଭୀର ।

ଆଜି ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ଗାଧୋଇବା ବେଳେ କୁମ୍ଭୀର ନଦୀକୁ ଟାଣି ନେଇଥିବା ସନ୍ଦେହ କରାଯାଉଛି । ନିଖୋଜ ଯୁବକଙ୍କ ଘର ଅଣ୍ଡିରା ଗ୍ରାମରେ ବୋଲି ଜଣାପଡିଛି । ନଦୀ କୂଳରୁ ଯୁବକଙ୍କ ବାଇକ୍ ଓ ଚପଲ ମିଳିଛି । ଏବେ ନିଖୋଜ ଯୁବକଙ୍କୁ ନଦୀରେ ଠାବ କରିବାକୁ ଖୋଜାଖୋଜି ଆରମ୍ଭ ହୋଇଯାଇଛି ।

Get real time updates directly on you device, subscribe now.