fbpx
BJD SKY
BJD SKY

‘ନିର୍ବାଚନ ସମୟରେ ଗିରଫ ହେବେ ଦିଲ୍ଲୀ CM! କେଜ୍ରିୱାଲଙ୍କ ବିରୋଧରେ ଇଡି ଜାରି କଲା ନୂଆ ମାମଲା’: AAPର ବଡ଼ ଦାବି

BJD

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅସୁବିଧା ଥମିବାର ନାମ ନେଉନି । ଶନିବାର ଦିନ ତାଙ୍କୁ ଦିଲ୍ଲୀର ମଦ ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ରଉଜ୍ ଏଭେନ୍ୟୁ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା । ସେହିପରି ବର୍ତ୍ତମାନ ପୁଣି ଥରେ ତାଙ୍କ ଉପରେ ଏକ ନୂଆ କେସ ଖୋଲାଯିବାର ଖବର ସାମ୍ନାକୁ ଆସୁଛି । ଯାହାକୁ ନେଇ ଆମ ଆଦମୀ ପାର୍ଟୀ ରବିବାର ଦିନ ଏକ ବଡ ପ୍ରେସ କନଫରେନ୍ସ କରିବାକୁ ଯାଉଛି ।

ଆମ ଆଦମୀ ପାର୍ଟୀର ଅଭିଯୋଗ ରହିଛି ଯେ, ଲୋକସଭା ନିର୍ବାଚନ ପୂର୍ବରୁ ଇଡି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଏକ ନୂଆ କେସ ଖୋଲିଛି । ଇଡିର ମୁଖ୍ୟ ଉଦ୍ଦେଶ୍ୟ କେଜ୍ରିୱାଲଙ୍କୁ ଗିରଫ କରିବା । ଏହା ପୂର୍ବରୁ ଆମ ଆଦମୀ ପାର୍ଟୀ ପକ୍ଷରୁ ଅନେକ ଥର କୁହାଯାଇଥିଲା ଯେ, ଇଡି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ କାମ କରୁଛି । ସେ ନିଜ ଶକ୍ତିକୁ ଦୁଃପ୍ରୟୋଗ କରୁଛି ।

ଶନିବାର ଦିନ ରାଉଜ୍ ଏଭେନ୍ୟୁ କୋର୍ଟ ୫ ହଜାର ଟଙ୍କା ବଣ୍ଡ ଏବଂ ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବଣ୍ଡ ଉପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଥିଲେ । ଏହା ପୂର୍ବରୁ ଏହି ମାମଲାରେ ଇଡି ପକ୍ଷରୁ ହାଜର ହେବା ପାଇଁ କେଜ୍ରିୱାଲଙ୍କୁ ଏପର୍ଯ୍ୟନ୍ତ ୮ ଥର ସମନ ଜାରି କରାଯାଇଛି । ହେଲେ ସେ ଥରେ ମଧ୍ୟ ହାଜର ହୋଇନାହାନ୍ତି । ସେ ମଦ ଦୁର୍ନୀତି ମାମଲାରେ ପ୍ରଥମଥର ପାଇଁ କୋର୍ଟରେ ହାଜର ହୋଇଥିଲେ ।

Get real time updates directly on you device, subscribe now.