fbpx
BJD SKY
BJD SKY

Zomatoକୁ ମିଳିଲା ଜିଏସଟି ନୋଟିସ, ଦେବାକୁ ପଡିପାରେ ଏତିକି କୋଟିର ଜରିମାନା

BJD

ନୂଆଦିଲ୍ଲୀ: ଫୁଡ ଡେଲିଭରୀ କମ୍ପାନୀ ଜୋମାଟୋକୁ କୋଟି କୋଟି ଟଙ୍କାର ଝଟକା ଲାଗିପାରେ । କମ୍ପାନୀକୁ ଗୁଜରାଟରେ ଜିଏସଟି ଡିପାର୍ଟମେଣ୍ଟ ଠାରୁ ପେନାଲ୍ଟି ନୋଟିସ ମିଳିଛି । ଯେଉଁଥିରେ ୮ କୋଟି ଟଙ୍କାରୁ ଅଧିକ ଡିମାଣ୍ଡ କରାଯାଇଛି । ନୋଟିସ ଗୁଜରାଟର ଡେପୁଟି କମିଶନର ଅଫ ଷ୍ଟେଟ ଟ୍ୟାକ୍ସ ପକ୍ଷରୁ ଆସିଛି ।

କମ୍ପାନୀ ଜିଏସଟି ପେନାଲ୍ଟି ଡିମାଣ୍ଡ ନୋଟିସ ବିଷୟରେ ସେୟାର ବଜାରକୁ ସୂଚନା ଦେଇଛି । ଷ୍ଟକ ଏକ୍ସଚେଞ୍ଜରେ ପାସ କରାଯାଇଥିବା ରେଗୁଲେଟରୀ ପାଇଲିଙ୍ଗ ଅନୁସାରେ, ଜୋମାଟୋକୁ ଏହି ନୋଟିସ ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ମିଳିଛି । ଜିଏସଷ୍ଟି ଡିପାର୍ଟମେଣ୍ଟ ରିଟର୍ଣ୍ଣ ଏବଂ ଆକାଉଣ୍ଟର ଅଡିଟ କରିବା ପରେ ଜିଏସଟିକୁ ଏହି ନୋଟିସ ପଠାଇଛନ୍ତି । ନୋଟିସ ଅନୁସାରେ, କମ୍ପାନୀ ଇନପୁଟ ଟ୍ୟାକ୍ସ କ୍ରେଡିଟର ଅଧିକ ଲାଭ ଉଠାଇଛନ୍ତି, ଯେଉଁଥିରେ ଜିଏସଟିର ପେମେଣ୍ଟ ହ୍ରାସ କରାଯାଇଛି ।

ଏକ୍ସଚେଞ୍ଜ ଫାଇଲିଙ୍ଗ ଅନୁସାରେ, ଗୁଜରାଟ ଜିଏସଟି ୪ କୋଟି ଟଙ୍କାରୁ ଅଧିକ ଡିମାଣ୍ଡ ଅର୍ଡର ପଠାଇଛନ୍ତି । ଋଣ ଏବଂ ଜରିମାନାକୁ ଯୋଡିବା ପରେ ପୂରା ପରିମାଣ ସାଢେ ଆଠ କୋଟି ଟଙ୍କାରୁ ଅଧିକ ହୋଇଯାଉଛି । ଡିମାଣ୍ଡ ଅର୍ଡରର ସଠିକ ସଂଖ୍ୟା ୪,୧୧,୬୮,୬୦୪ ଟଙ୍କା ଅଟେ । ଇଣ୍ଟରେଷ୍ଟ ଏବଂ ପେନାଲ୍ଟି ଯୋଡିବା ପରେ ପରିମାଣ ୮,୫୭,୭୭,୬୯୬ ଟଙ୍କାରେ ପହଁଚିଛି ।

ଏହା ପୂର୍ବରୁ ଜୋମାଟୋକୁ ଜିଏସଟି ଡିମାର୍ଟମେଣ୍ଟ କାରଣ ଦର୍ଶାଅ ନୋଟିସର ଜବାବ ଦେଇଥିଲେ ଏବଂ ସେ ସମସ୍ତ ପ୍ରସଙ୍ଗ ଉପରେ ଦ୍ୱନ୍ଦ୍ୱକୁ ସ୍ପଷ୍ଟ କରିବାକୁ ଚେଷ୍ଟା କରିଥିଲା । ଜୋମାଟୋ କହିବାନୁଯାୟୀ, ସମ୍ଭବତଃ ଜିଏସଟି ଡିପାର୍ଟମେଣ୍ଟ ଡିମାଣ୍ଡ ଅର୍ଡର ପାସ କରି ଉତ୍ତରକୁ ସଂପୂର୍ଣ୍ଣ ଭାବେ କନସିଡର କରିନାହାନ୍ତି ।

Get real time updates directly on you device, subscribe now.