fbpx
BJD SKY
BJD SKY

ସୁସ୍ଥ ଋତୁସ୍ରାବ କେତେ ଦିନରେ ଥରେ ହୁଏ? ସ୍ୱାସ୍ଥ୍ୟ ବିଶେଷଜ୍ଞ ଦେଲେ ଏହି ଉତ୍ତର

BJD

ଓଡ଼ିଶା ଭାସ୍କର: ସାଧାରଣତଃ ପ୍ରତ୍ୟେକ ମହିଳାଙ୍କ ଶରୀର ଭିନ୍ନ ହୋଇଥିବାରୁ ସେମାନଙ୍କ ପିରିୟଡ ସାଇକଲ ମଧ୍ୟ ଅଲଗା ହୋଇଥାଏ । ଅନେକ ମହିଳାମାନଙ୍କ ପିରିୟଡ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ତାରିଖରେ ହୋଇଥାଏ । ଅନେକ ମହିଳାଙ୍କ ପିରିୟଡ ତାରିଖ ଏପଟ ସେପଟ ମଧ୍ୟ ହୋଇଯାଏ । ତେବେ ଆସନ୍ତୁ ଜାଣିବା କିପରି ଜାଣିବେ ହେଲଦୀ ପିରିୟଡ ଅର୍ଥାତ କେତେ ଦିନରେ ପିରିୟଡ ହେଲେ ତାକୁ ସୁସ୍ଥ ପିରିୟଡ କହିବା ।

ଏକ୍ସପର୍ଟଙ୍କ ଅନୁଯାୟୀ, ଏକ ନର୍ମାଲ ପିରିୟଡ ୨୧ ରୁ ୩୫ ଦିନ ମଧ୍ୟରେ ହୋଇଥାଏ । ଏବଂ ୧ ସପ୍ତାହ ଧରି ଚାଲିଥାଏ । ଆରମ୍ଭରେ ପିରିୟଡସର ଫ୍ଲୋ ହେବୀ ହୋଇଥାଏ ଏବଂ ଏହା ଧିରେ ଧିରେ କମିଯାଏ । ଏପରି ଅନେକ ଗୁଡିଏ ଜିନିଷ ଅଛି ଯାହା ପରିୟଡକୁ ପ୍ରଭାବିତ କରିଥାଏ ।

ପିରିୟଡ ୪-୫ ଦିନର ହୋଇଥାଏ । କୌଣସି ମହିଳାଙ୍କ ପିରିୟଡ ୫ ଦିନରୁ ଅଧିକ ହୋଇଥାଏ । ଅଧିକରୁ କମ ଦିନ ପର୍ଯ୍ୟନ୍ତ ପିରିୟଡ ରହିବା ମଧ୍ୟ ଶରୀର ପାଇଁ ଭଲ ନୁହେଁ । କେତେ ଦିନର ପିରିୟଡକୁ ସୁସ୍ଥ ବୋଲି କହିବା? ୧୨ ବର୍ଷ ବୟସ ପରେ ଯେକୌଣସି ଝିଅଙ୍କ ଋତୁସ୍ରାବ ହୋଇଥାଏ । ସେହିପରି ୫୦ ବର୍ଷ ବୟସ ପରେ ପିୟଡସ ବନ୍ଦ ହୋଇଯାଏ । ଏହି ସମୟକୁ ମନୋପାଜ କୁହାଯାଏ । ପିରିୟଡସ ପ୍ରତି ୨୮ ଦିନରେ ଆସିଥାଏ । କିଛି କିଛି ମହିଳାଙ୍କର ୩୫ ଦିନରେ ମଧ୍ୟ ହୋଇଥାଏ ।

ପ୍ରତି ମହିଳାଙ୍କ ପିରିୟଡ ସାଇକଲ ଭିନ୍ନ ଭିନ୍ନ ହୋଇଥାଏ । ପିରିୟଡର ଏକ ମହିଳାଙ୍କ ୨୦ ରୁ ୯୦ ମିଲିମିଟର ବ୍ଲଡ ଲିକେଜ ହୋଇଥାଏ । ମହିଳାମାନଙ୍କ ବ୍ଲଡ ଫ୍ଲୋ ମଧ୍ୟ ଅଲଗା ହୋଇଥାଏ ।

Get real time updates directly on you device, subscribe now.