fbpx

ଅନେକ ଲୋକଙ୍କ ହୃଦୟ ଜିତିଲା ଅମୀର ଖାନଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’:

କରୀନା କାପୁର ଓ ଅମୀର ଖାନଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ତେବେ ଏହି ଫିଲ୍ମକୁ କିଛି ଦିନ ହେବ ବୟକଟ କରିବାକୁ ଦାବି ଜୋର ଧରିଥିବା ବେଳେ ଟ୍ରୋଲ ମଧ୍ୟ କରାଯାଉଥିଲା । ତେବେ ସବୁ ବାଦ ବିବଦ ପରେ ଆଜି ଏହା ରିଲିଜ ହୋଇଛି । ବର୍ତ୍ତମାନ ଏହି ଏହି ଫିଲ୍ମକୁ ଆପଣ ଦେଖିବେ କି ନାହିଁ ନିଷ୍ପତି ନେବା ଆଗରୁ ଏହି ଫିଲ୍ମର ରିଭ୍ୟୁ ଉପରେ ଥରେ ନଜର ପକାଇ ଦିଅନ୍ତୁ ।

ଫିଲ୍ମ ଲାଲ ସିଂହ ଚଡ୍ଡାର କାହାଣୀ: ଏହି ଫିଲ୍ମିରେ ‘ଲାଲ ସିଂହ ଚଡ୍ଡା’ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ତାଙ୍କ ମା (ମୋନା ସିଂହ)ବିଶ୍ୱାସ କରନ୍ତି ଯେ ତାଙ୍କ ପୁଅ କାହାଠାରୁ କମ୍ ନୁହନ୍ତି । ଏହିଠାରୁ ଲାଲର କାହାଣୀ ଆରମ୍ଭ ହୋଇଛି । ଲାଲ ଜୀବନରେ ଏମିତି କିଛି ଲୋକ ଅଛନ୍ତି ଯିଏକି ତାକୁ ଆଗକୁ ବଢିବାରେ ସାହାଯ୍ୟ କରିଥାନ୍ତି । ଏଥି ସହିତ ଲାଲକୁ ଦୌଡାଇବା ପାଇଁ ତାର ସାଙ୍ଗ ରୂପା କହିଥିଲା ‘ଭାଗ୍ ଲାଲ ଭାଗ୍’ ଯାହାକି ଚଳଚିତ୍ରର ସମ୍ପୂର୍ଣ୍ଣ କାହାଣୀକୁ ଦର୍ଶାଉଛି । ଏହି ଚଳତିଚ୍ରରେ ଲାଲ ସିଂହ ଚଡ୍ଡା ତାଙ୍କ ଜୀବନରେ ଯେତେବେଳେ ଦୌଡୁଥିଲେ ସେ ନିଜେ ବଞ୍ଚିବା ସହ ଅନେକ ଏହି ଭଳି ଲୋକଙ୍କୁ ବଞ୍ଚିବା ଶିଖାଇଛନ୍ତି । ତେବେ ଏହି ଚଳଚିତ୍ରରେ ଲାଲ ସିଂହ ଜୀବନ ମାଧ୍ୟମରେ ଆମେ ଆମ ନିଜକୁ ଖୋଜି ପାଇବା ।

ଫିଲ୍ମ କିପରି ହୋଇଛି: ବହୁ ସମୟ ପରେ ‘ଲାଲ ସିଂହ ଚଡ୍ଡା’ପରି ଚଳଚିତ୍ର ଦେଖିବାକୁ ମିଳୁଛି । ତେବେ ଏହି ମୁଭି ତାର କାହାଣୀ ପାଇଁ ସମସ୍ତ ସିନେମା ଘରେ ରାଜ କରିବ । ଏହି ଫିଲ୍ମରେ ଏମିତି କିଛି କଥା ଓ କାହାଣୀ ଅଛି ଯାହାକି ଆପଣଙ୍କୁ ସେଠାରେ ବାନ୍ଧି ରଖିବ । କେବଳ ଆପଣଙ୍କୁ ନୁହେଁ ବରଂ ଆପଣଙ୍କ ପରିବାର ସହ ମଧ୍ୟ ଏହି ଫିଲ୍ମ ଦେଖି ପାରିବେ । ଏଥି ସହିତ ଏହି ଚଳଚିତ୍ରରେ ଭାରତୀୟ ଇତିହାସ କଥା ମଧ୍ୟ କୁହାଯାଇଛି ।

ଏହି କଥା ସତ ଯେ ‘ଲାଲ ସିଂହ ଚଡ୍ଡା’କୁ ଇଂରାଜୀ ପିଲ୍ମ ‘ଫରେଷ୍ଟ ଗମ୍ପ’ ହିନ୍ଦି ଭର୍ଜନ କୁହାଯାଉଛି । କିନ୍ତୁ ଅତୁଲ କୁଲକର୍ଣ୍ଣିଙ୍କ ଦ୍ୱାରା ଲିଖିତ ଏହି ଫିଲ୍ମ ସେ ଇଂରାଜୀ ପିଲ୍ମ ଠାରୁ ବହୁତ ଉପରେ ରହିଛି ।

Get real time updates directly on you device, subscribe now.