fbpx
BJD SKY
BJD SKY

ଆପ୍ ସଂସ୍ଥାପକ ଦିନେଶ ବାଘେଲାଙ୍କ ନିଧନ, ଆଜି ଗୋଆରେ ହେବ ଅନ୍ତିମ ସଂସ୍କାର

BJD

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି(ଆପ୍) ପାଇଁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ସୋମବାର ପାନାଜୀ ସ୍ଥିତ ବାସଭବନରେ ଆପ୍ ସଂସ୍ଥାପକ ଦିନେଶ ବାଘେଲାଙ୍କ ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ପର୍ଯ୍ୟନ୍ତ ଅସୁସ୍ଥ ଥିଲେ । ମୃତୁ୍ୟ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସେ ବାବାଜୀ ନାଁ ରେ ପରିଚିତ ଥିଲେ । ଏନେଇ ଆପ୍ ଉପାଧ୍ୟକ୍ଷ(ଗୋଆ) ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି ।

ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ ବାଘେଲା । ଦଳକୁ ମଜବୁତ କରିବା ପାଇଁ ସେ ଗୋଆରେ ସକ୍ରିୟ ଭାବେ କାର୍ଯ୍ୟ କରିଥିଲେ । ଆଜି ଅପରାହ୍ନ ୩ଟା ୩୦ରେ ପାନାଜୀର ସେଣ୍ଟ ଇନେଜ୍ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ହେବ । ଦୁର୍ନୀତି ବିରୋଧୀ ଆନେ୍ଦାଳନ ସହ ଜଡ଼ିତ ଥିବା ଆପ୍ ଦଳର ପ୍ରାରମ୍ଭିକ ସଦସ୍ୟମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ବାଘେଲା । ସେ ଗୁଜରାଟ ନିବାସୀ ହୋଇଥିଲେ ମଧ୍ୟ କିଛି ଦିନରୁ ଗୋଆରେ ରହୁଥିଲେ । ସେ ଆପ୍ ଅନୁଶାସନ କମିଟିର ନେତୃତ୍ୱ ନେଇଥିଲେ । କହିରଖୁଛୁ ବର୍ତ୍ତମାନ ଆପ୍ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତିହାର ଜେଲରେ ଅଛନ୍ତି । ମନି ଲଣ୍ଡରିଂ ମାମଲାରେ ଇଡିର ରିମାଣ୍ଡ ଅବଧି ଶେଷ ହେବା ପରେ କେଜରିୱାଲଙ୍କୁ ୧୫ ଦିନ ପାଇଁ ନ୍ୟାୟିକ ହେପାଜତରେ ରଖାଯାଇଛି ।

 

Get real time updates directly on you device, subscribe now.