fbpx
BJD SKY
BJD SKY

BIG BREAKING: ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ଚାନ୍ଦବାଲିରୁ ଲଢିବେ ସଭାପତି ମନମୋହନ ସାମଲ

BJD

ଭୁବନେଶ୍ୱର: ଏକ ବଡ଼ ଖବର ସାମ୍ନାକୁ ଆସିଛି । ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୧୧୨ଟି ଆସନରେ ପ୍ରାର୍ଥୀ ଦେଲା ବିଜେପି । ପଦ୍ମପୁର ରୁ ଗୋବର୍ଦ୍ଧନ ଭୋଇ, ବଜେପୁର-ସନତ ଗର୍ତ୍ତିଆ, ବରଗଡ଼ରୁ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବରା-ନିହାର ମହାନନ୍ଦ ।

ସେହିଭଳି ଚାନ୍ଦବାଲିରୁ ଲଢିବେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସମ୍ବଲପୁରରୁ ପୁଣି ଲଢିବେ ଜୟନାରାୟଣ ମିଶ୍ର । ତଳସରାରୁ ଲଢିବେ ଭବାନୀଶଙ୍କର ଭୋଇ, ସୁନ୍ଦରଗଡ଼-କୁସୁମ ଟେଟେ, ବୀରମିତ୍ରପୁର-ଶଙ୍କର ଓରାମ, ରଘୁନାଥପାଲୀ-ଦୁର୍ଗା ଚରଣ ତନ୍ତୀ, ରାଜଗାଙ୍ଗପୁର-ନରସିଂହ ମିଞ୍ଜ, ବଣାଇ-ସେବତୀ ନାଏକ, କୁଚିଣ୍ଡା- ରବି ନାରାୟଣ ନାଏକ, ରେଙ୍ଗାଲି- ନାଉରୀ ନାଏକ, ରେଢାଖୋଲ-ଦେବେନ୍ଦ୍ର ମହାପାତ୍ର, ଦେବଗଡ଼-ସୁବାସ ପାଣିଗ୍ରାହୀ, ଆନନ୍ଦପର-ଆଲୋକ ସେଠୀ, କେନ୍ଦୁଝର-ମୋହନ ମାଝୀ, ଯଶୀପୁର- ଗଣେଶରାମ ସିଂ ଖୁଣ୍ଟିଆ, ଉଦଳା-ଭାସ୍କର ମଢେଇ, ବଡ଼ସାହି-ସନାତନ ବିଜୁଳି, ବାରିପଦା-ପ୍ରକାଶ ସୋରେନ, ମୋରଡା-କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଜଳେଶ୍ୱରରୁ ବ୍ରଜ ପ୍ରଧାନ ଲଢିବେ ।

ଇତି ମଧ୍ୟରେ କୋରେଇରୁ ଲଢିବେ ଆକାଶ ଦାସ ନାୟକ, ସେହିପରି ଉତ୍ତର ଭୁବନେଶ୍ୱରରୁ ଲଢିବେ ପ୍ରିୟଦର୍ଶୀ ମିଶ୍ର । ଅନ୍ୟପଟେ ଧାମନଗରରୁ ଳଢିବେ ସୂରଜ ସୂର୍ଯ୍ୟବଂଶୀ । ଦିଗପହଣ୍ଡିରୁ ନିର୍ବାଚନ ଲଢିବେ ସିଦ୍ଧାନ୍ତ ମହାପାତ୍ର । ବ୍ରହ୍ମଗିରିରୁ ଉପାସନା ମହାପାତ୍ରଙ୍କୁ ଟିକେଟ ମିଳିଛି ।

Get real time updates directly on you device, subscribe now.