fbpx
BJD
BJD SKY
BJD SKY

AAP ସାଂସଦ ସଞ୍ଜୟ ସିଂହ ଗିରଫ: ମଦ ଘୋଟାଲାରେ EDର ବଡ଼ କାର୍ଯ୍ୟାନୁଷ୍ଠାନ

BJD

ନୂଆଦିଲ୍ଲୀ: ଦିଲ୍ଲୀର ମଦ ନୀତି ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦୀର୍ଘ ୧୦ ଘଣ୍ଟା ଧରି ପଚରାଉଚରା କରିବା ପରେ ଇଡି ଆମ୍ ଆଦମୀ ପାର୍ଟି (ଆପ) ସାଂସଦ ସଞ୍ଜୟ ସିଂହଙ୍କୁ ଗିରଫ କରିଛି । ଏହି ମାମଲାରେ ରାଜ୍ୟସଭା ସାଂସଦ ସଞ୍ଜୟଙ୍କ ଘରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା ।

ସୂଚନା ମୁତାବକ, ଦିଲ୍ଲୀ ମଦ ଘୋଟାଲାରେ ଅର୍ଥ ହେରଫେର ନେଇ ଇଡି ଯାଞ୍ଚ କରୁଛି । କିଛିଦିନ ପୂର୍ବରୁ ଏହି ମାମଲାରେ ଇଡି ପକ୍ଷରୁ ଚାର୍ଜଶିଟ୍ ଦାଖଲ କରାଯାଇଥିଲା । ନିକଟରେ ଦାଖଲ କରାଯାଇଥିବା ଉକ୍ତ ଚାର୍ଜଶିଟରେ ସଞ୍ଜୟଙ୍କର ନାମ ରହିଥିଲା । ଏହି ଘଟଣାରେ ଇଡି ପକ୍ଷରୁ ସଞ୍ଜୟଙ୍କୁ ୧୦ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ଗିରଫ କରାଯାଇଥିଲା ।

ସଞ୍ଜୟଙ୍କ ଗିରଫଦାରୀ ପରେ ଆପର ସମର୍ଥକ ଓ ପୋଲିସ ଅଧିକାରୀଙ୍କ ମଧ୍ୟରେ ହାତାହାତି ଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା । ସେଥିପାଇଁ ଅଧିକ ସଂଖ୍ୟକ ପାରାମିଲିଟାରୀ ଫୋର୍ସଙ୍କୁ ମୁତୟନ କରାଯାଇଥିଲା । ପାଖାପାଖି ୬ଟା ସମୟରେ ସଞ୍ଜୟ ଘର ବାହାରକୁ ବାହାରିଥିଲେ ଓ ନିଜର ସମର୍ଥକଙ୍କୁ ଅଭିଭାବନ ଜଣାଇଥିଲେ । ଏହାପରେ ତାଙ୍କୁ ଗାଡ଼ିରେ ବସାଇ ଇଡି ମୁଖ୍ୟାଳୟକୁ ନିଆଯାଇଥିଲା ।

ତେବେ ଇଡିର ଏହି କାର୍ଯ୍ୟକୁ ଘୋର ନିନ୍ଦା କରିଛି ଆପ । ଏହା ରାଜନୀତି ପ୍ରଣୋଦିତ ବୋଲି କହିଛନ୍ତି ଆପ ସାଂସଦ ରାଘବ ଚଡଢା । ଇଡିର ରେଡରେ କୌଣସି ଅର୍ଥ ଜବତ ହୋଇନାହିଁ । ଯେତେବେଳେ ଘୋଟାଲା ହୋଇନାହିଁ ସେତେବେଳେ ଚଢ଼ାଉରେ କ’ଣ ମିଳିବ? ଇଡିର ପ୍ରୟୋଗ କରି ବିଜେପି ବିପକ୍ଷ ଦଳଙ୍କୁ ଭୟଭୀତ କରିବାକୁ ପ୍ରୟାସ କରୁଥିବା ରାଘବ କହିଛନ୍ତି ।

Get real time updates directly on you device, subscribe now.