fbpx

Mahadev App: ଇଡି ଆକ୍ସନ ପରେ ଖୁବ ଚର୍ଚ୍ଚାରେ ଏହି ଆପ୍, କେମିତି କରୁଛି ସ୍କାମ୍

ନୂଆଦିଲ୍ଲୀ: ଜୁସ୍ ଦୋକାନରୁ ଆଜି କୋଟି କୋଟି ଟଙ୍କାର ମାଲିକ ସୌରଭ ଚନ୍ଦ୍ରାକର । ଦୁବାଇରେ ବାହାଘରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ମହାଦେବ ଆପ୍ ନାମକ ଏକ ମୋବାଇଲ ଆପ୍ ଜରିଆରେ ସୌରଭ ଅନେକ କଳା ଟଙ୍କା ରୋଜଗାର କରିଥିବା ଜଣା ପଡ଼ିଥିଲା । ଯାହାକୁ ନେଇ ଆଲୋଚନା ଜୋର ଧରିଛି । ଚାହୁଁ ଚାହୁଁ ଏହି ମାମଲା ଇଡି ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ଆପ୍ କୁ ନେଇ ତଦନ୍ତ ଚାଲିଥିବା ବେଳେ ବର୍ତ୍ତମାନ ବଲିଉଡର ଚକୋଲେଟ ବୟ ରଣବୀର କପୁରଙ୍କୁ ସମନ ଜାରି କରିଛି ଇଡି ।

ଛତିଶଗଡ଼ର ଭିଲାଇର ଜୁସ୍ ଦୋକାନ କରି ଚଳୁଥିଲେ ସୌରଭ । କିନ୍ତୁ ମହାଦେବ ମୋବାଇଲ ଆପ୍ ତାଙ୍କୁ ରାତାରାତି କୋଟିପତି କରିଦେଇଛି । ଏହି ଆପ୍ ରେ ଟଙ୍କା ହେରଫେର କରି ସେ ରାସ୍ତାକଡ଼ରୁ ରାଜମହଲରେ ପହଞ୍ଚି ଯାଇଛନ୍ତି । ତେବେ ଏହି ଆପ୍ କୁ ନେଇ ତଦନ୍ତ କରୁଥିବା ବେଳେ ଇଡି ଏବେ ବଲିଉଡ ଷ୍ଟାର ରଣବୀର କପୁରଙ୍କୁ ସମନ ଜାରି କରିଛି । ତେବେ ଏହି ଆପ୍ ସାଧାରଣ ଆପ୍ ସହିତ ସମାନ । ଆସନ୍ତୁ ଜାଣିବା ଏହାର କାର୍ଯ୍ୟକଳାପ

ଗୁଗୁଲ ପ୍ଲେ ଷ୍ଟୋରରେ ‘ମହାଦେବ ଆପ୍’ ଡାଉନଲୋଡ କଲେ ମହାଦେବ ମଟକା ଆପ୍ ଦେଖିବାକୁ ମିଳିଥାଏ । ଯଦି ପ୍ରଥମରୁ ଏହାକୁ ଏନରୋଲ ହୋଇ ନଥାନ୍ତି, ତେବେ ଏହାକୁ ବ୍ୟବହାର କରିବା ପାଇଁ ପ୍ରଥମେ ରେଜିଷ୍ଟର କରିବାକୁ ପଡ଼ିଥାଏ । ଏଥିପାଇଁ ୟୁଜରଙ୍କୁ ନିଜ ମୋବାଇଲ ନମ୍ବର ଦେବାକୁ ପଡ଼ିବ । ନିଜେ ପାସୱାର୍ଡ ଏବଂ ପିନ୍ ଲଗାଇ ସମସ୍ତ ପ୍ରସେସ୍ ଶେଷ କରିବାକୁ ପଡ଼ିଥାଏ । ଏହି ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଡାସବୋର୍ଡ ଓପନ୍ ହୋଇଥାଏ । ଏଥିରେ ଷ୍ଟାର ମର୍ଣ୍ଣିଙ୍ଗ, ମହାଦେବ ମର୍ଣ୍ଣିଂ, ମିଳନ ମର୍ଣ୍ଣିଂ, କଲ୍ୟାଣ ମର୍ଣ୍ଣିଂ, ମଧୁର ମର୍ଣ୍ଣିଂ, ଶ୍ରୀଦେବୀ, ଟାଇମ ବଜାର, ମଧୁର ଡେ’, ମହାଦେବ ଇଭନିଙ୍ଗ, ଶ୍ରୀଦେବୀ ନାଇଟ ଇତ୍ୟାଦି ବିକଳ୍ପ ମିଳିପାରିବ ।

ତେବେ ଆଜି ସନ୍ଧ୍ୟା ସାଢେ ୫ଟାରେ ଏହି ଆପ୍ ଖୋଲାଯିବାରୁ ଷ୍ଟାର ମର୍ଣ୍ଣିଂ, ମହାଦେବ ମର୍ଣ୍ଣିଂ, ମିଳନ ମର୍ଣ୍ଣିଂ, କଲ୍ୟାଣ ମର୍ଣ୍ଣିଂ, ମଧୁର ମର୍ଣ୍ଣିଂ, ଶ୍ରୀଦେବୀ, ଟାଇମ ବଜାର, ମଧୁର ଡେ’, ସୁପ୍ରିମ ଡେ’ ମାର୍କେଟ ବନ୍ଦ ରହିଥିଲା । କିନ୍ତୁ ସୁପ୍ରିମ ଡେ’, ମହାଦେବ ଇଭନିଙ୍ଗ, ଶ୍ରୀଦେବୀ ନାଇଟରେ ଟ୍ରାଞ୍ଜାକ୍ସନ ଜାରି ରହିଥିଲା ।

Get real time updates directly on you device, subscribe now.