fbpx
BJD
BJD SKY
BJD SKY

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କିଶୋରଙ୍କୁ ମିଳିବ ଦେଢ଼ କୋଟି ଟଙ୍କା ପୁରସ୍କାର

BJD

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ଥିଲା ଏକାଦଶ ଦିବସ । ଆଜି ଭାରତ ୧୨ଟି ପଦକ ଜିତିବା ସହ ମୋଟ ପଦକ ସଂଖ୍ୟା ୮୧ରେ ପହଞ୍ଚିଛି । ଏହା ଫଳରେ ଭାରତ ୨୦୧୮ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଜିତିଥିବା ସର୍ବାଧିକ ପଦକ ୭୦କୁ ଅତିକ୍ରମ କରି ନୂଆ ରେକର୍ଡ ସୃଷ୍ଟି କରିଛି । ଆଜି ଭାରତ ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଥିଲା ।

ତେବେ ଆଜି ଭାରତ ଜାଭେଲିନ ଥ୍ରୋରେ ନୂଆ ଇତିହାସ ଲେଖିଥିଲା । ଭାରତୀୟ କ୍ରୀଡ଼ାବିତ ନୀରଜ ଚୋପ୍ରା ସ୍ୱର୍ଣ୍ଣ ଜିତିଥିବା ବେଳେ କିଶୋର ଜେନା ରୌପ୍ୟ ପଦକ ଜିତିଥିଲେ । ନୀରଜ ୮୮.୮୮ ମିଟର ଥ୍ରୋ କରିଥିବା ବେଳେ କିଶୋର ଜେନା ୮୭.୫୪ ମିଟର ଫିଙ୍ଗିଥିଲେ । ଏହି ଦୁଇ କ୍ରୀଡ଼ାବିତଙ୍କୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଥିଲେ । ସାରା ଦେଶ ଏହି ବିଜୟରେ ଉଲ୍ଲସିତ ବୋଲି ମୋଦୀ କହିଥିଲେ । ଏଥିସହିତ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଶୁଭେଚ୍ଛା ବାର୍ତ୍ତା ପଠାଇଥିଲେ ।

ତେବେ ଦେଶ, ବିଦେଶରେ ଓଡ଼ିଶାର ସୁନାମ ବୃଦ୍ଧି କରିଥିବା ଓଡ଼ିଆ ପୁଅଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଭୂୟଶୀ ପ୍ରଶଂସା କରିବା ସହିତ ଅଭିନନ୍ଦନ ଜଣାଇଛନ୍ତି । ଏଥିସହିତ କିଶୋରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦେଢ଼ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି । କିଶୋରଙ୍କ ସଫଳତା ଅନ୍ୟମାନଙ୍କୁ ପ୍ରେରଣା ଦେବ । ଏହା ରାଜ୍ୟ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Get real time updates directly on you device, subscribe now.