fbpx
BSKY
BJD MC SKY
BJD YOUTH SKY

ଲୀଳାମୟଙ୍କ ଲୀଳା ଅପାର… ପ୍ରକୃତି ରାଣୀ କୋଳରେ କଳା ଠାକୁର…

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ବଞ୍ଚିବାର ରାହା ଓ ସୁଖ ପାଇବାର ବାଟରେ ଟଙ୍କା-ପାଓ୍ଵାରର ଭୂମିକା ଏତେ ବଢି ଯାଇଛି ଯେ ମଣିଷ ତାର ମଣିଷ ପଣିଆକୁ ବଳିଦେଇ ବିଭିନ୍ନ ବିଭ୍ରାନ୍ତିକର ପଥର ସାହାରା ନେଉଛି । ଗଣମାଧ୍ୟମରେ ସବୁଦିନ ଦେଖୁଥିବା ଖବର ଭିତରେ ବେଳେ ବେଳେ ଏମିତି ଖବର ଆସୁଛି ଯାହା ସମସ୍ତଙ୍କୁ ଏକ ଭିନ୍ନ ଚେତନା ଆଡ଼କୁ ନେଇଯାଉଛି । ଯେଉଁଠି ମଣିଷ ତାର ସ୍ବାର୍ଥ ପାଇଁ ନିଜ ଭାଇ, ବନ୍ଧୁ ଓ ତାର ପ୍ରିୟଜନମାନଙ୍କୁ ମାରିବାକୁ ପଛାଉ ନାହିଁ । ସେଠି କାହାକୁ ଭରଷା-ବିଶ୍ବାସ କରିବ ଆଜିର ଦିନରେ ଏହେଉଛି ସବୁଠାରୁ ବଡ଼ ପ୍ରଶ୍ନ । ଦେଖିବାକୁ ଗଲେ ଆଜି ବି କିଛି ଲୋକଙ୍କ ଭିତରେ ମଣିଷପଣିଆ ବଞ୍ଚି ରହିଛି । କରି କରାଉ ଥାଇ ତାବିନୁ ଅନ୍ୟ ଗତି ନାହିଁ । ସାରା ବିଶ୍ବରେ ମହାପ୍ରଭୁ ଜଗନ୍ନାଥଙ୍କ ମହିମା ଅପାର, ହବନି ବା କେମିତି ସିଏ ନିଜେ ଯେତେବେଳେ ବିଶ୍ଵନିଅନ୍ତା ।

ବିଗତ କିଛିଦିନ ହେବ ମହାପ୍ରଭୁ ଜଗନ୍ନାଥଙ୍କର ଏହି ଫଟୋଟି ସୋସିଆଲ ମିଡିଆରେ ଘୁରି ବୁଲୁଛି । ତେବେ ଏହି ଚିତ୍ରଟିକୁ କିଏ କରିଛନ୍ତି କିମ୍ଵା କିଏ ଉତ୍ତୋଳନ କରିଛନ୍ତି ତାହା କେହି କହିପାରୁନାହାଁନ୍ତି । ଫଟୋଟି ଯିଏ ଦେଖୁଛି ତାର ମନମୁଗ୍ଧ ହୋଇଯାଉଛି । ଏବେଯାଏଁ ମହାପ୍ରଭୁଙ୍କ ଏହି ଫଟୋକୁ ଅନେକ ଲୋକ ସେୟାର କରିବା ସହ ଲାଇକ କରୁଛନ୍ତି । ଫଟୋକୁ ଦେଖିଲେ ଲାଗୁଛି ସତେ ଯେମିତି ପ୍ରକୃତି କୋଳରେ କାଳିଆ ଖେଳୁଛି, କହିବାକୁ ଗଲେ ସେ ସବୁଠି ବିଦ୍ୟମାନ… ‘‘ସୁହୃଦଂ ସର୍ବଭୂତାନାମ୍‌’’। ପରାମାତ୍ମା ନିରନ୍ତର ନିଜ ଆଡ଼କୁ ସମସ୍ତଙ୍କୁ ଟାଣୁଛନ୍ତି, ଡାକୁଛନ୍ତି। ମୁଁ ସମସ୍ତଙ୍କ ହୃଦୟରେ ତିଷ୍ଠି ରହିଛି, ସମସ୍ତ ହୃଦୟରେ ବିରାଜମାନ, ସର୍ବସ୍ୟ ଚାହଂ ହୃଦି ସଂନିବିଷ୍ଟଃ… ଏଣୁ ସେ ସର୍ବଘଟରେ ସମାନ ଭାବରେ ରହିଛନ୍ତି। ଯିଏ ନିତ୍ୟ ନିରନ୍ତର ଅଛନ୍ତି ତାଙ୍କୁ ହିଁ ପ୍ରାପ୍ତି କରିବାକୁ ହେବ। ସେ ଦିଗ ପ୍ରତି ଆମର ତୀକ୍ଷ୍‌ଣ ଦୃଷ୍ଟି ନାହିଁ- ତେଣୁ ସେ ଦୂରେଇ ଯାଉଛନ୍ତି। ତେଣୁ ତ ତାଙ୍କ ଆମ ଭିତରେ ପ୍ରଭେଦ ବେଶ୍‌ ପ୍ରତୀୟମାନ ହେଉଛି। ଶରୀର, ମନ, ବୁଦ୍ଧି, ଇନ୍ଦ୍ରିୟ ପ୍ରଭୃତି ତ ନିଜର ନୁହନ୍ତି। ଏ ସବୁ ତାଙ୍କର ।

 

Get real time updates directly on you device, subscribe now.