fbpx

ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଘେରିବ ଆପ୍‌, ଦିଲ୍ଲୀ ପୋଲିସ ଜାରି କଲା ଟ୍ରାଫିକ୍ ଆଡ୍‌ଭାଇଜରି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଆରବିନ୍ଦ କେଜରିୱାଲଙ୍କ ଗିରଫକୁ ବିରୋଧ କରି ଆଜି ଦଳ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ । ଆପ୍ ନେତା ଓ କର୍ମୀମାନେ ସକାଳ ୧୦ଟାରେ ଦିଲ୍ଲୀ ରାସ୍ତାରେ ବିଜେପି ବିରୋଧରେ ପ୍ରଦର୍ଶନ କରିବେ । ଏଥିପାଇଁ ଦିଲ୍ଲୀରେ ଟ୍ରାଫିକ ସମସ୍ୟ ଦେଖାଯିବାର ସମ୍ଭାବନା ରହିଛି । ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ପକ୍ଷରୁ ଟ୍ରାଫିକ୍ ଆଡଭାଇଜରି ଜାରି କରାଯାଇଛି ।

ଦିଲ୍ଲୀ ପୋଲିସ ପକ୍ଷରୁ ଜାରି କରାଯାଇଥିବା ଏହି ଟ୍ରାଫିକ୍ ଆଡଭାଇଜରି ମାଧ୍ୟମରେ ଜନସାଧାରଣଙ୍କୁ ଅତାତୁର୍କ ମାର୍ଗ, ସଫଦରଗଞ୍ଜ ରୋଡ୍ ଏବଂ ଅକବର ରୋଡରେ ଯାତାୟାତ ନକରିବା ପାଇଁ ନିବେଦନ କରିଛନ୍ତି । ଆବଶ୍ୟକ ପଡ଼ିଲେ କିଛି ମେଟ୍ରୋ ଷ୍ଟେସନକୁ ମଧ୍ୟ ବନ୍ଦ କରିଦିଆଯିବ । ତେଣୁ ରୁଟ୍ ଡାଇଭର୍ଜନ ସହ ପଟେଲ ଚୌକ୍‌, ଉଦ୍ୟୋଗ ଭବନ, କେନ୍ଦ୍ରୀୟ ସଚିବାଳୟ, ଲୋକ କଲ୍ୟାଣ ମାର୍ଗର ମେଟ୍ରୋ ଷ୍ଟେସନ ବନ୍ଦ କରାଇପାରେ । ସୂଚନାରୁ ପ୍ରକାଶ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରାଯିବାକୁ ବିରୋଧ କରି ଆମ୍ ଆଦମୀ ପାର୍ଟି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନ ଘେରାଉ କରିବାକୁ ଆହ୍ୱାନ ଦେଇଛି ।  ଦିଲ୍ଲୀ ମନ୍ତ୍ରୀ ତଥା ଆପ୍ ନେତା ଆତିଶୀ କହିଛନ୍ତି ଯେ ସେମାନେ ଚଳିତ ବର୍ଷ ରଙ୍ଗ ସହ ନ ଖେଳିବା ଏବଂ ହୋଲି ପାଳନ ନ କରିବାକୁ ସଂକଳ୍ପ ନେଇଛନ୍ତି ଏବଂ ନିଷ୍ଠୁରତା ଓ ଖରାପ ବିରୋଧରେ ଲଢ଼େଇରେ ସାମିଲ ହେବା ପାଇଁ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ହୋଲି କେବଳ ଏକ ପର୍ବ ନୁହେଁ, ବରଂ ମନ୍ଦ ଉପରେ ଭଲର ବିଜୟର ପ୍ରତୀକ, ନିଷ୍ଠୁରତା ଉପରେ ନ୍ୟାୟର ପ୍ରତୀକ।

Get real time updates directly on you device, subscribe now.