ମନ୍ଦିର ପୂଜକଙ୍କୁ ମାସିକ ୧୮ ହଜାର ଦରମା, ନିର୍ବାଚନ ପୂର୍ବରୁ ବଡ ଘୋଷଣା କଲେ…

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବଡ ଘୋଷଣା । ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଗୋଟିଏ ପରେ ଗୋଟିଏ ଯୋଜନା ଘୋଷଣା କରିବାରେ ଲାଗିଛି ଆମ୍ ଆଦମୀ ପାର୍ଟି ସରକାର । ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗି ପଡିଛି ଦଳ । ଆମ ଆଦମୀ ପାର୍ଟି ପା ଆପ୍ ସରକାରକୁ ଆସିଲେ ମନ୍ଦିର ପୂଜକଙ୍କୁ ମିଳିବ 18 ହଜାର ଟଙ୍କା । ମାସକୁ 18 ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି ପୂର୍ବତମ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଆଜି ଏହି ବଡ ଘୋଷଣା କରିଛନ୍ତି । ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି କେଜ୍ରିଓ୍ବାଲ କହିଛନ୍ତି, ଆମର ଧାର୍ମିକ ରୀତିନୀତିର ସଂରକ ଅଟନ୍ତି ପୂଜକ । ହେଲେ ସେମାନଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନାହିଁ ।

ସେମାନଙ୍କର ସେବା  ଅନୁସାରେ ଫଳ ମିଳିପାରୁ ନାହିଁ । ତେଣୁ ଆପ୍ ଶାସନକୁ ଫେରିଲେ ଏମାନଙ୍କୁ ମାସିକ ୧୮ ହଜାର ଟଙ୍କା ଲେଖାଏଁ ଦରମା ଦିଆଯିବ । ଏନେଇ 31 ତାରିଖରୁ ପଞ୍ଜିକରଣ ଆରମ୍ଭ ହେବ । କେଜ୍ରିଓ୍ବାଲ ନିଜେ ମନ୍ଦିରକୁ ଯାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି । ଏହି ଘୋଷଣା ସହିତ ସେ ବିରୋଧୀକୁ ଟାର୍ଗେଟ କରିଛନ୍ତି । ଏହି କାର୍ଯ୍ୟରେ ବାଧା ସୃଷ୍ଟି କରିବା ପାପ ସହିତ ସମାନ ହେବ ବୋଲି ବିଜେପିକୁ କେନ୍ଦ୍ରିଓ୍ବାଲ ଅନୁରୋଧ କରିଛନ୍ତି । ପୁରୋହିତମାନେ ଇଶ୍ବରପ୍ରାପ୍ତିର ମାଧ୍ୟମ ହୋଇଥିବା ବେଳେ ସେମାନଙ୍କ ରାସ୍ତାରେ ନଆସିବା ପାଇଁ କହିଛନ୍ତି ।