ଶକୁର ବସ୍ତିରେ ସତ୍ୟେନ୍ଦ୍ର ଜୈନଙ୍କୁ ଝଟକା; ୨୦,୯୯୮ ଭୋଟରେ ହେଲେ ପରାସ୍ତ

ନୂଆଦିଲ୍ଲୀ: ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ଫେରୁଛି ବିଜେପି। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ବିଜେପି ୨ଟି ଆସନରେ ବିଜୟୀ ହୋଇଥିବା ବେଳେ ୪୬ଟି ଆସନରେ ଆଗୁଆ ରହିଛି।

ହାରିଲେ ସତ୍ୟେନ୍ଦ୍ର: ଦିଲ୍ଲୀର ଶକୁର ବସ୍ତି ଆସନରୁ ଆମ୍ ଆଦମୀ ପାର୍ଟିର ସତ୍ୟେନ୍ଦ୍ର ଜୈନ ନିର୍ବାଚନ ହାରିଛନ୍ତି। ସେ ଭାରତୀୟ ଜନତା ପାର୍ଟିର କରନେଲ ସିଂହଙ୍କଠାରୁ ୨୦,୯୯୮ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି।

କରନେଲ ସିଂହ ୫୬,୮୬୯ ଖଣ୍ଡ ଭୋଟ ପାଇଥିବା ବେଳେ ସତ୍ୟେନ୍ଦ୍ର ଜୈନଙ୍କୁ ୩୫,୮୭୧ ଖଣ୍ଡ ଭୋଟ୍ ମିଳିଥିଲା। କଂଗ୍ରେସର ସତୀଶ କୁମାର ମାତ୍ର ୫୭୮୪ ଖଣ୍ଡ ଭୋଟ୍ ପାଇଥିଲେ।

ଆରମ୍ଭରୁ ପଛରେ: ଗଣତି ବେଳେ ସତ୍ୟେନ୍ଦ୍ର ଜୈନ ଆରମ୍ଭରୁ ପଛରେ ପଡ଼ିଯାଇଥିଲେ। ତେବେ ଏହାର ଆନୁଷ୍ଠାନିକ ଘୋଷଣା ଏପର୍ଯ୍ୟନ୍ତ ବାକି ରହିଛି।

ଶକୁର ବସ୍ତି ଦିଲ୍ଲୀର ଏକ ହାଇପ୍ରୋଫାଇଲ ଆସନ । ଏଠାରୁ ସତ୍ୟେନ୍ଦ୍ର କୁମାର ଜୈନଙ୍କ ସହ ଆମ୍ ଆଦମୀ ପାର୍ଟି (ଆପ୍) କ୍ରମାଗତ ଭାବେ ବିଜୟୀ ହୋଇଆସୁଥିଲେ।

୨୦୨୫ ନିର୍ବାଚନରେ ଆପ୍ ପୁଣି ଥରେ ଶକୁର ବସ୍ତିରୁ ସତ୍ୟେନ୍ଦ୍ର କୁମାର ଜୈନଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି କରନେଲ ସିଂହଙ୍କୁ ଏବଂ କଂଗ୍ରେସ ସତୀଶ ଲୁଥ୍ରାଙ୍କୁ ପ୍ରାର୍ଥୀ କରିଥିଲେ।

୧୧ତମ ରାଉଣ୍ଡ ଗଣତିରେ ବିଜେପି ପ୍ରାର୍ଥୀ କରନେଲ ସିଂହ ୨୦,୯୯୮ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ତାଙ୍କୁ ୫୬,୮୬୯ ଖଣ୍ଡ ଭୋଟ୍ ମିଳିଥିଲା।