fbpx

C-20 ଶିକ୍ଷା ଏବଂ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ସମିଟ୍ ରେ ‘ଆଶ୍ରା ଫାଉଣ୍ଡେସନ୍ ଓଡିଶା’

ଭୁବନେଶ୍ୱର: ଓଡିଶାରେ ବିଭିନ୍ନ ସୁବିଧା ସୁଯୋଗ ଏବଂ ଯୋଜନାରୁ ବଞ୍ଚିତ ପିଲାମାନଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ପ୍ରୟାସ ଜାରି ରଖିଛି ସାମାଜିକ ସଂଗଠନ ‘ଆଶ୍ରା ଫାଉଣ୍ଡେସନ୍ ଓଡିଶା’ । ଏଥିପାଇଁ କେରଳର ତ୍ରିଭାନ୍ଦ୍ରମସ୍ଥିତ ହୟାତ୍ ରେଜେନ୍ସିରେ ଆୟୋଜିତ C-20 ଶିକ୍ଷା ଏବଂ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ସମ୍ମିଳନୀରେ ଅଂଶଗ୍ରହଣ କରିଛି ଏହି ସଂଗଠନ। ବିଶ୍ୱର ବିଭିନ୍ନ ସ୍ଥାନରୁ ବିଶେଷଜ୍ଞମାନେ ଏହି ସମ୍ମିଳନୀରେ ଏକତ୍ରିତ ହୋଇ ଶିକ୍ଷା ଏବଂ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ୱାର୍କିଂ ଗ୍ରୁପ୍ ଦ୍ୱାରା ଅନ୍ତର୍ଭୁକ୍ତ ଉପ-ଥିମ୍ ପାଇଁ ନୀତି ସୁପାରିଶ ଉପରେ ଆଲୋଚନା କରିଥିଲେ। ଏହି ପରୀପ୍ରେକ୍ଷୀର ଓଡିଶାର ‘ଆଶ୍ରା ଫାଉଣ୍ଡେସନ୍ ଓଡିଶା’ ମଧ୍ୟ ଏଥିରେ ସାମିଲ ହୋଇଛି ।

ଶିଖର ସମ୍ମିଳନୀର ଏକ ଅଂଶ ଭାବରେ, ‘ଆଶ୍ରା ଫାଉଣ୍ଡେସନ୍ ଓଡିଶା’ ମତଦାନ ଏବଂ ଆଲୋଚନାଗୁଡିକର ଚୂଡ଼ାନ୍ତକରଣରେ ଅଂଶଗ୍ରହଣ କରିଥିଲେ । ଏହାସହିତ ସର୍ବୋଚ୍ଚ ପ୍ରାଥମିକତା ନୀତି ସୁପାରିଶ ଗୁଡିକର ମାନ୍ୟତା-ଜରୁରୀକାଳୀନ ପରିସ୍ଥିତିରେ ଲର୍ଣ୍ଣିଂ ଇକ୍ୱିଟି ଏବଂ ଏମର୍ଜିଂ ଟେକ୍ନୋଲୋଜି ଏବଂ ଶିକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ ସଂଗଠନର ଚେୟାରମ୍ୟାନ ସନ୍ତୋଷ ପଟ୍ଟନାୟକ । ତେବେ C-20 ଶିକ୍ଷା ଏବଂ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ସମ୍ମିଳନୀରେ ଭାଗ ନେଇଥିବାରୁ ଆମେ ଗର୍ବିତ ବୋଲି ପ୍ରକାଶ କରିଛନ୍ତି ‘ଆଶ୍ରା ଫାଉଣ୍ଡେସନ୍ ଓଡିଶା’ ର ପ୍ରତିଷ୍ଠାତା ସନ୍ତୋଷ କୁମାର ପଟ୍ଟନାୟକ ଏବଂ ଶ୍ରୀନିବାସ ସାହୁ । ଏହି ସମ୍ମିଳନୀ ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ବିଶେଷଜ୍ଞଙ୍କ ସହ ସହଯୋଗ କରିବା ଏବଂ ନୀତିଗତ ସୁପାରିଶରେ ସହଯୋଗ କରିବା ପାଇଁ ଏକ ମୂଲ୍ୟବାନ ସୁଯୋଗ ପ୍ରଦାନ କରିଛି ଯାହା ବିଶ୍ୱସ୍ତରରେ ଶିକ୍ଷା ଏବଂ ଡିଜିଟାଲ ରୂପାନ୍ତରଣରେ ସହାୟକ ହେବ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ତଥା ଆନ୍ତର୍ଜାତୀୟ ନାଗରିକ ସମାଜ ସଂଗଠନ, ଜାତିସଂଘ ଏଜେନ୍ସି, ସରକାରୀ ପ୍ରତିନିଧୀ, ଏକାଡେମିକ୍, ଅନ୍ୟାନ୍ୟ G-20ଏନଗେଜମେଣ୍ଟ ଗ୍ରୁପ୍ ଏବଂ C-20 ୱାର୍କିଂ ଗ୍ରୁପ୍ ର ପ୍ରତିନିଧୀମାନେ ସାମିଲ ହୋଇଥିଲେ ।

ଆଶ୍ରା ଫାଉଣ୍ଡେସନ୍ ଓଡିଶା ହେଉଛି ଏକ ସ୍ୱେଚ୍ଛାସେବୀ ସଂଗଠନ, ଯାହା ଓଡିଶାର ଗରିବ ବସ୍ତିରେ ରହୁଥିବା ପିଲାମାନଙ୍କ ଜୀବନରେ ଉନ୍ନତି ଆଣିବା ଲକ୍ଷ୍ୟରେ ଆଗେଇ ଚାଲିଛି । ଏହି ସଂଗଠନ ଆବଶ୍ୟକ ପିଲାମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଅନ୍ୟାନ୍ୟ ଜରୁରୀ ସେବା ଯୋଗାଇବା ଉପରେ ଧ୍ୟାନ ଦେଇଥାଏ ।

Get real time updates directly on you device, subscribe now.