fbpx

ଜମ୍ମୁ କଶ୍ମୀର: ଗୁଳିମାଡ଼ରେ ବିଜେପି ନେତା ଓ ପତ୍ନୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ଅନନ୍ତନାଗରେ ଏକ ବଡ଼ ଆତଙ୍କବାଦୀ ଘଟଣା ଘଟିଛି। ଆତଙ୍କବାଦୀମାନେ ସହରର ଲାଲ ଛକଠାରେ ବିଜେପି ନେତା ଗୁଲାମ ରସୁଲ ଦାର ଏବଂ ତାଙ୍କ ପତ୍ନୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ସେମାନଙ୍କର ମୃତ୍ୟୁ ଘଟିଥିଲା।

ଜମ୍ମୁ କାଶ୍ମୀର ବିଜେପି ନେତା ଅଲତାଫ ଠାକୁର ଗୁଲାମ ରସୁଲ ଦାର ଏବଂ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି । ସେ କହିଛନ୍ତି ଯେ ଗୁଲାମ ରସୁଲ ଦାର କୁଲଗାମର ବିଜେପି କିସାନ ମୋର୍ଚ୍ଚାର ସଭାପତି ଥିଲେ । ତେବେ ଦିନ ଦ୍ୱିପ୍ରହରରେ ଜଣେ ବିଜେପି ନେତା ଏବଂ ତାଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି ।

Get real time updates directly on you device, subscribe now.