fbpx

ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ହର୍ଷବର୍ଦ୍ଧନ

ଭୁବନେଶ୍ୱର,୨୫ା୧୨(ଓଡ଼ିଶା ଭାସ୍କର): ଓଡ଼ିଶାର ୬ ଆକାଂକ୍ଷୀ ଜିଲ୍ଲା ହସ୍ପିଟାଲକୁ ମେଡ଼ିକାଲ କଲେଜ କରାଯିବ । ଆଉ ଦୁଇଟି ଜିଲ୍ଲା ପାଇଁ ବିଚାର ବିମର୍ଶ ଚାଲିଛି । ସାରା ଦେଶରେ ୭୫ଟି ଆକାଂକ୍ଷୀ ଜିଲ୍ଲା ହସ୍ପିଟାଲକୁ ମେଡ଼ିକାଲ କରାଯିବ । ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ ଲାଗୁ କରିବା ପାଇଁ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ।

ଏମ୍ସ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେଲେ ଲୋକେ ଉପକୃତ ହେବେ । ଏହାସହ ରାଜ୍ୟରେ ଆଉ ୨ଟି ମେଡ଼ିକାଲ କଲେଜ ଖୋଲିବାକୁ ଦାବି ମଧ୍ୟ ହୋଇଛି । ଏହି ଦାବିର ସମୀକ୍ଷା ପରେ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ ବୋଲି ହର୍ଷବର୍ଦ୍ଧନ କହିଛନ୍ତି ।

ଭୁବନେଶ୍ୱର ସ୍ଥିତ ଏମ୍ସରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି । ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ।

Get real time updates directly on you device, subscribe now.