fbpx

ସାମନାକୁ ଆସିଲା ଅଭିଷେକ ମକୱାନାଙ୍କ ଆତ୍ମହତ୍ୟାର କାରଣ

ମୁମ୍ବାଇ, ୪ା୧୨: ଚର୍ଚ୍ଚିତ ଟେଲିଭିଜନ ଧାରାବାହିକ “ତାରକ ମେହତା କା ଉଲଟା ଚଷମା’ର ଲେଖକ ଅଭିଷେକ ମକୱାନା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏନେଇ ତାଙ୍କର ଏକ ସୁଇସାଇଡ୍ ନୋଟ୍ ପୋଲିସକୁ ମିଳିଛି । ଯେଉଁଥିରେ ସେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ ବୋଲି ଦର୍ଶାଇଛନ୍ତି । ଅଭିଶେଷ ଦୀର୍ଘଦିନରୁ ଧାରାବାହିକ ପାଇଁ ଲେଖାଲେଖି କରିଆସୁଥିଲେ । ଅଭିଷେକଙ୍କ ମୃତଦେହ ନଭେମ୍ବର ମାସ ୨୭ ତାରିଖରେ ନିଜ ଘର କାନ୍ଦିବଲିରୁ ଉଦ୍ଧାର କରାଯାଇଥିଲା । ପୋଲିସ ପକ୍ଷରୁ ଏନେଇ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରାଯାଇଥିଲା । ଅଭିଷେକଙ୍କ ପରିବାରଲୋକେ ଅଭିଯୋଗ କରିଛନ୍ତି ଯେ, ସେ ସାଇବର ଠକାମିର ଶିକାର ହୋଇଥିଲେ । ଅନେକ ଲୋକେ ତାଙ୍କୁ ବ୍ଲାକମେଲ୍ କରୁଥିଲେ । କିଛି ଲୋକଙ୍କୁ ଅଭିଷେକ ଲୋନ ଗ୍ୟାରେଣ୍ଟର ରଖିଥିଲେ । ଅଭିଷେକଙ୍କ ମୃତ୍ୟୁ ପରେ ଟଙ୍କା ଫେରି ପାଇବାକୁ ସେମାନେ ଅଭିଷେକଙ୍କ ପରିବାର ଲୋକଙ୍କୁ ବାରମ୍ବାର ଫୋନ କରୁଥିବା ପରିବାର ଲୋକେ କହିଛନ୍ତି ।

Get real time updates directly on you device, subscribe now.