fbpx
BJD SKY
BJD SKY

୪୯ ହଜାର ଭେଟିଲେଣ୍ଟର ପାଇଁ ଅର୍ଡ଼ର ଦିଆଯାଇଛି: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

BJD

ନୂଆଦିଲ୍ଲୀ, ୯ା୪: ପ୍ରତିଦିନ ପରି କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତଏପର୍ଯ୍ୟନ୍ତ ଦେଶରେ କରୋନାରେ ୧୬୬ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନା ଯାଞ୍ଚ ପାଇଁ କାର୍ଯ୍ୟ ଜାରି ରହିଛି । ଯାଞ୍ଚ ପାଇଁ ୯ଟି ରାଜ୍ୟକୁ ୧୦ଟି ଟମ୍ ପଠାଯାଇଛି ।

ସେହିପରି ରେଲୱେ ପକ୍ଷରୁ ୨୫୦୦ରୁ ଅଧିକ ଡାକ୍ତର କାମ କରୁଛନ୍ତି । ରେଲୱେ ପକ୍ଷରୁ ୮୦ହଜାର ଆଇସୋଲେସନ ୱାର୍ଡ଼ ମଧ୍ୟ ପ୍ରସ୍ତୁତ ହୋଇଛି । ୫ହଜାର ରେଳ କୋଚକୁ ଆଇସୋଲେସନ ୱାର୍ଡ଼ କରାଯାଉଛି । ୪୯ ହଜାର ଭେଟିଲେଣ୍ଟର ପାଇଁ ଅର୍ଡ଼ର ଦିଆଯାଇଛି । ୨୦ଟି କମ୍ପାନୀ ପିପିଇ ପ୍ରସ୍ତୁତ କରୁଛନ୍ତି । ଜରୁରୀ ଉପକରଣ ଉଚିତ ମାତ୍ରାରେ ମହଜୁଦ ରହିଛି । ହାଇଡ୍ରୋକ୍ଲୋରୋକୁଇନ ପର୍ଯ୍ୟାପ୍ତ ପରିମାଣରେ ଦେଶରେ ମହଜୁଦ ରହିଥିବା ନେଇ ସୂଚନା ଦେଇଛନ୍ତି ଅଗ୍ରୱାଲ ।

Get real time updates directly on you device, subscribe now.