fbpx

ଅନ୍ୟ ରାଜ୍ୟ ଅପେକ୍ଷାରେ ଓଡ଼ିଶାରେ କୋଭିଡ଼୍ ହସ୍ପିଟାଲ ସଂଖ୍ୟା ଅଧିକ: ସୁବ୍ରତ ବାଗଚୀ

Advertisement

ଭୁବନେଶ୍ୱର, ୯ା୪(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ନେଇ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ଓଡ଼ିଶା କୋଭିଡ଼୍ ବିରୋଧରେ ଯୁଦ୍ଧ ମାର୍ଚ୍ଚ ୧୫ରେ ଘୋଷଣା କରିଥିଲା । ଏହି ଯୁଦ୍ଧ ଲମ୍ବା ଚାଲିବ କିନ୍ତୁ ଆମକୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ବାଗଚୀ କହିଛନ୍ତି । ଏପ୍ରିଲ ୩୦ଯାଏଁ ଓଡ଼ିଶାରେ ଲକ୍ ଡାଉନକୁ ବୃଦ୍ଧି କରାଯାଇଛି । ଏହି ମହାମାରୀରୁ ଆମେ ମାନେ ନିଶ୍ଚୟ ବାହାରିବା । ଅନ୍ୟ ରାଜ୍ୟ ଅପେକ୍ଷାରେ ଓଡ଼ିଶାରେ କୋଭିଡ଼୍ ହସ୍ପିଟାଲ ସଂଖ୍ୟା ଅଧିକ ରହିଛି । ଆମ ପାଖରେ ଟେଷ୍ଟିଂ କିଟ୍ ଉପଯୁକ୍ତ ପରିମାଣରେ ଅଛି । ରାଜ୍ୟରେ ପିପିଇ ମଧ୍ୟ ଉପଯୁକ୍ତ ପରିମାଣରେ ଅଛି ।ଏହାସହ ଭାରତ ଓ ଭାରତ ବାହାରୁ ପିପିଇ ଆଣିବାକୁ ଚେଷ୍ଠା କରାଯାଇଛି ।
ଏହାସହ କରୋନା ସତର୍କତା ନେଇ ଆଜିଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ମାସ୍କ ନପିନ୍ଧିଲେ ଜରିମାନା ଭରିବାକୁ ପଡ଼ିବ । ପ୍ରଥମ ୩ଥର ମାସ୍କ ନପିନ୍ଧିଲେ ୨ଶହ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯିବ ।ଏହାପରେ ୫ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ । ବିଶ୍ୱରେ ଏପର୍ଯ୍ୟନ୍ତ ୮୮ହଜାର ୯୫୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସଂକ୍ରମିତ ଦେଶଙ୍କ ମଧ୍ୟରେ ଭାରତର ସ୍ଥାନ ୨୪ରେ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ ୨୮୪୧ଟି ନମୁନାରେ ରିପୋର୍ଟ ମିଳିଛି । ୪୪ଜଣ କରୋନାରେ ରାଜ୍ୟରେ ଆକ୍ରାନ୍ତ ଥିବା ସୂଚନା ଦେଇଛନ୍ତି ବାଗଚୀ ।

Get real time updates directly on you device, subscribe now.