fbpx

ବାଲିମେଳାରେ ଲଜ୍ଜା! ମାନସିକ ଭାରସାମ୍ୟ ହରାଇଥିବା ଯୁବତୀଙ୍କୁ ଦୁଷ୍କର୍ମ

ବାଲିମେଳା, (ଓଡ଼ିଶା ଭାସ୍କର):କୋରୁକୋଣ୍ଡା ବ୍ଲକ୍ ଇନ୍ଦିରା କଲୋନୀରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ୨୦ ଜୁଲାଇ ବିଳମ୍ବିତ ରାତି ପ୍ରାୟ ୧୦.୦୦ ସମୟରେ ନିଜ ଘରୁ ରାସ୍ତା ଅପରପାର୍ଶ୍ୱରେ ଥିବା ଭଉଣୀଙ୍କ ଘରକୁ ଯିବା ସମୟରେ ଜଣେ ମାନସିକ ଭାରସାମ୍ୟ ହରାଇଥିବା ୨୦ ବର୍ଷୀୟ ଯୁବତୀଙ୍କୁ ଅପହରଣ କରି ନେଇଥିଲେ କିଛି ଦୁର୍ବୃତ୍ତ । ଅଗ୍ନିଶମ ବିଭାଗ ଅଫିସ୍ ନିକଟ ଦେଇ ଯାଇଥିବା ଏକ ଅଣ ଓସାରିଆ ରାସ୍ତା ଦେଇ ନେଇ ଯାଇଥିଲେ । ମୁଖ୍ୟ ରାସ୍ତାଠାରୁ କିଛି ଦୂରକୁ ନେଇ ସେଠାରେ ଘଟାଇଥିଲେ ଅମାନବୀୟ ଅତ୍ୟାଚାର ।

ପରିବାର ବର୍ଗ ଯୁବତୀଙ୍କୁ ଘରକୁ ନ ଫେରିବା ଦେଖି ଯେତେବେଳେ ଖୋଜା ଖୋଜି କରି ଘଟଣା ସ୍ଥଳରେ ପହଞ୍ଚିଲେ । ସେଠାରେ ପୀଡିତା ଜଣକ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ । ଅର୍ଦ୍ଧ ନଗ୍ନ ସେହି ଶରୀରଟି ନିବସ୍ତ୍ର ହୋଇ ବସ୍ତ୍ର ଗୁଡ଼ିକ ଏଣେତେଣେ ପଡ଼ିଥିବା ଏବଂ ଯୁବତୀଙ୍କ ଚୁଡ଼ି ଭାଙ୍ଗି ପଡିଥିବା ଦେଖି ହତବାକ୍ ହୋଇଥିଲେ ପରିବାର ବର୍ଗ । ତେବେ ନିକଟରେ ରହିଥିବା ଏକ ମଟର ସାଇକେଲକୁ ଦେଖି ଦୁର୍ବୃତ୍ତ ବ୍ୟବହାର କରିଥିବା ଅନୁମାନ କରି ସଙ୍ଗେସଙ୍ଗେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଜରିଆରେ ମାଲକାନଗିରି ଆଦର୍ଶ ଥାନାକୁ ଖବର ଦେଇଥିଲେ ପରିବା ଲୋକେ ।
ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମଟର ସାଇକେଲ ଜବତ କରିଥିଲା । ମଟର ସାଇକେଲ ମାଲିକ ଖିଲଗୁଡ଼ା ଗ୍ରାମର କାର୍ତ୍ତିକ ଜାନୀଙ୍କ ବୋଲି ଜଣା ପଡ଼ିଥିଲା । ଏ ନେଇ ପୀଡିତାଙ୍କ ଭାଇ ଶଙ୍କର ମାଝୀ ମାଲକାନଗିରି ଆଦର୍ଶ ଥାନାରେ କେଶ ନଂ ୦୪୧୫/ ୨୦୨୨ ଆଧାରରେ ଏକ ଏତଲା ଦାଏର କରିଥିବା ସୂଚନା ମିଳିଛି । ଏତଲାକୁ ଭିତ୍ତି କରି ଇନ୍ସପେକ୍ଟର ରିଗନ୍ କିଣ୍ଡୋଙ୍କ ତଦନ୍ତ ଜରିଆରେ କାର୍ତ୍ତିକ ଜାନୀଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଘଟଣାରେ ସଂପୃକ୍ତ ଅନ୍ୟ ଦୁର୍ବୃତ୍ତଙ୍କୁ ଖୋଜା ଖୋଜି ଜାରି ରହିଥିବା ସ୍ଥଳେ ପୀଡିତାଙ୍କ ଡ଼ାକ୍ତରୀ ମାଇନା କରାଯାଇଛି କିନ୍ତୁ ମାନସିକ ସନ୍ତୁଳନ ହରାଇଥିବା ସୀତା ଘଟଣା ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାରେ ସକ୍ଷମ ହୋଇ ପାରୁନଥିବା କାରଣରୁ ତଦନ୍ତ ପ୍ରକ୍ରିୟା ମନ୍ଥର ହେବାରେ ଲାଗିଛି ।

ସେପଟେ ସହଯୋଗ ବିକାଶ ପରିଷଦ, ବାଲିମେଳାର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ପୀଡ଼ିତାଙ୍କ ପରିବାର ସହ ଆଲୋଚନା କରିଛନ୍ତି । ସହଯୋଗ ଟିମ୍ ଏବଂ ସର୍ବୋପରି ଇନ୍ଦିରା କଲୋନୀର ଗ୍ରାମବାସୀ ତୁରନ୍ତ ତଦନ୍ତ କରି ପିଡୀତା ଯୁବତୀ ଓ ତାଙ୍କ ପରିବାରକୁ ଅବିଳମ୍ବେ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା କ୍ରମଶଃ ମନ୍ଥର ହୋଇ ହୋଇ ଯାଉଥିବା ଏହି ତଦନ୍ତ ପ୍ରକ୍ରିୟା ପିଡୀତା ମାନସିକ ସନ୍ତୁଳନ ହରାଇଥିବା ସୀତାଙ୍କୁ ନ୍ୟାୟ ଦେବାରେ ସମର୍ଥ ହେଉଛି ନା ନାହିଁ ।

Get real time updates directly on you device, subscribe now.