fbpx

ରାଜ୍ୟଗୋଷ୍ଠୀ କ୍ରୀଡା ପୂର୍ବରୁ ଭାରତକୁ ଦ୍ୱିତୀୟ ଝଟ୍‌କା: ଡୋପ ଟେଷ୍ଟରେ ଧରା ପଡିଲେ ଆଉ ଜଣେ ଭାରତୀୟ ଆଥଲେଟ୍

ନୂଆଦିଲ୍ଲୀ: ଆସନ୍ତା ୨୮ ତାରିଖରୁ ଇଂଲଣ୍ଡର ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାରତକୁ ଦ୍ୱିତୀୟ ଝଟକା ଲାଗିଛି । ଚାରି ଦିନ ତଳେ ଭାରତୀୟ ମହିଳା ଆଥଲେଟ୍‌ ସେକର ଧନଲକ୍ଷ୍ମୀ ଡୋପ ଟେଷ୍ଟରେ ଧରା ପଡି ରାଜ୍ୟଗୋଷ୍ଠୀ କ୍ରୀଡାରୁ ବାଦ ପଡିଥିବା ବେଳେ ସୋମବାର ଦିନ ପୁଣି ଭାରତୀୟ ମହିଳା ରିଲେ ଦଳର ଆଉ ଜଣେ ସଦସ୍ୟ ଡୋପ ଟେଷ୍ଟରେ ଧରାପଡିବା ବିଶେଷ ଚର୍ଚ୍ଚାର ବିଷୟ ହୋଇଛି । ତେଣୁ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେବା ପାଇଁ ମନୋନୀତ ହୋଇ ଥିବା ମହିଳା ରିଲେ ଦଳର ଉକ୍ତ ଅଭିଯୁକ୍ତ ଆଥଲେଟ ବାଦ ପଡିବା ନିଶ୍ଚିତ ହୋଇ ଯାଇଛି । ମାତ୍ର ଡୋପ ଟେଷ୍ଟରେ ଧରା ପଡିଥିବା ଉକ୍ତ ଆଥଲେଟଙ୍କ ନାମ ଗୋପନ ରଖା ଯାଇଛି ।

ତେଣୁ ବର୍ତ୍ତମାନ ଭାରତୀୟ ମହିଳା ରିଲେ ଦଳର ୪ ସଦସ୍ୟ ଇଂଲଣ୍ଡ ଗସ୍ତରେ ଯିବେ । ଏମାନଙ୍କ ମଧ୍ୟରୁ କେହି ଆଘାତ ପ୍ରାପ୍ତ ହେଲେ ଅନ୍ୟ ଟ୍ରାକ ଇଭେଣ୍ଟର କୌଣସି ଆଥଲେଟଙ୍କୁ ରିଲେ ଦଳରେ ସାମିଲ କରାଯିବ । ମାତ୍ର ଏହା ଦ୍ୱାରା ଭାରତୀୟ ଦଳର ପ୍ରଦର୍ଶନ ପ୍ରଭାବିତ ହେବା ନିଶ୍ଚିତ । ପୂର୍ବରୁ ଆଥଲେଟିକ ଫେଡେରେସନ ଅଫ ଇଣ୍ଡିଆ ମହିଳା ଧାବିକା ଦୂତି ଚାନ୍ଦ, ହିମା ଦାସ, ଶ୍ରବଣୀ ନନ୍ଦ,ଏନଏସ ସିମି,ସେକର ଧନଲକ୍ଷ୍ମୀ ଓ ଏମଭି ଜିନାଙ୍କୁ ନେଇ ଏକ ୩୭ ଜଣିଆ ଭାରତୀୟ ଆଥଲେଟିକ ଦଳ ମନୋନୀତ କରିଥିଲେ ।

ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ କେବଳ ୩୬ ଜଣିଆ ଦଳ ପଠାଇବା ପାଇଁ ଅନୁମତି ମିଳି ଥିବାରୁ ଶେଷରେ ଜିନାଙ୍କୁ ବାଦ କରା ଯାଇଥିଲା । ମାତ୍ର ଧନଲକ୍ଷ୍ମୀ ଡୋପ ଟେଷ୍ଟରେ ଧରା ପଡିବା ପରେ ଜିନାଙ୍କୁ ପୁଣି ଭାରତୀୟ ଦଳରେ ସାମିଲ କରା ଯାଇଥିଲା । ସେହିରି ଧନଲକ୍ଷ୍ମୀଙ୍କ ସହିତ ଟ୍ରି ଲ ଜମ୍ପର ଐଶ୍ୱରିୟା ବାବୁ ଡୋପ ଟେଷ୍ଟରେ ବିଫଳ ହେବା ପରେ ଭାରତୀୟ ଆଥଲେଟ ଦଳରୁ ଆଉ ଜଣେ ସଦସ୍ୟ ବାଦ ପଡିଥିଲେ । ସେହିରି ଭାରତୀୟ ପାରା ଡିସକସ ଥ୍ରୋର ଅନିଶ କୁମାର ଓ ପାରା ପାୱର ଲିଫ୍ଟର ଗୀତା ମଧ୍ୟ ଡୋପ ଟେଷ୍ଟରେ ଧରାପଡିଛନ୍ତି । ଏମାନେ ସମସ୍ତେ ବିଶ୍ୱ ଆଣ୍ଟିଂ ଡୋପିଂ ଏଜେନ୍ସୀ ନିୟମ ଅନୁଯାୟୀ ନିଷେଧ ଡ୍ରଗ୍ସ ସେବନ କରି ଥିବାରୁ ଅଭିଯୁକ୍ତ ସାବ୍ୟସ୍ତ ହୋଇଛନ୍ତି ।

Get real time updates directly on you device, subscribe now.