ପ୍ରଥମ ମହଲାରେ ଫାଟିଲା AC, ଦ୍ୱିତୀୟ ମହଲାରେ ଜୀବନ୍ତ ଦଗ୍ଧ ହୋଇଗଲେ ବାପା-ମା’-ଝିଅ

ଏସି ବିସ୍ଫୋରଣରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ।

ହରିୟାଣା: ଭୟଙ୍କର ଘଟଣା।  ଘରେ ଥିଲେ ଦ୍ୱିତୀୟ ମହଲାରେ ଥିଲେ ବାପା,ମାଆ ଓ ଛୁଆ। ହେଲେ ପ୍ରଥମ ମହଲାରେ ବିସ୍ଫୋରଣ ହେଲା AC। ଆଉ ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା କି ଦ୍ୱିତୀୟ ମହଲାରେ ଥିବା ସ୍ୱାମୀ-ସ୍ତ୍ରୀ ଓ ଝିଅର ମୃତ୍ୟୁ ହୋଇଗଲା।

ହଁ ଆଜ୍ଞା ହରିୟାଣାର ଫରିଦାବାଦର ଗ୍ରୀନା ଫିଲ୍ଡ କଲୋନି… ସୋମବାର ଭୋର ପ୍ରାୟ ୩ଟା ସମୟ ହେବ। ଘରେ ଏକ ବଡ଼ ବିସ୍ଫୋରଣ ହେଲା। ପାଖ ଅଞ୍ଚଳର ଲୋକମାନେ ବିସ୍ଫୋରଣର ଶବ୍ଦ ଶୁଣି ଘଟଣାସ୍ଥଳକୁ ଦୌଡ଼ି ଆସିଲେ। ପ୍ରଥମ ମହଲାରେ ଥିବା ଏକ ଫ୍ଲାଟରେ ଏସି ବିସ୍ଫୋରଣ ହୋଇଥିବା ଜଣାପଡିଥିଲା।

ହେଲେ ସେଠାରେ ଥିବା ଲୋକମାନେ ସୁରକ୍ଷିତ ଭାବରେ ବାହାରକୁ ଚାଲିଆସିଥିଲେ। ଯାହା ପଡ଼ୋଶୀମାନଙ୍କୁ ଆଶ୍ୱସ୍ତି ଦେଇଥିଲା। କିନ୍ତୁ ପରେ ସାରା ଘରେ ନିଆଁ ଏବଂ ଧୂଆଁ ବ୍ୟାପିଯାଇଥିଲା।

ହେଲେ କେହି ଜାଣିନଥିଲେ ଯେ ଫ୍ଲାଟର ଦ୍ୱିତୀୟ ମହଲାରେ ମଧ୍ୟ ଏକ ପରିବାର ରହୁଥିଲେ ବୋଲି।  ନିଆଁ ଏତେ ଭୟଙ୍କର ଥିଲା ଯେ କେହି ଏହାକୁ ଲିଭାଇବାକୁ ସାହାସ ଜୁଟାଇ ପାରିନଥିଲେ।

ଯେତେବେଳେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଦ୍ୱୀତିୟ ମହଲାର କବାଟ ଭାଙ୍ଗିଥିଲା, ସେତେବେଳେ ଭିତରେ ତିନି ଜଣଙ୍କ ମୃତଦେହ ତଳେ ପଡିଥିଲା।

ଏହି ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ଏବଂ ଝିଅଙ୍କର ମୃତ୍ୟୁ ହୋଇଥିଲା।  ଯେତେବେଳେ କି ପୁଅ ଗୁରୁତର ଥିଲା। ଯାହାକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।