fbpx

ସରକାରୀଙ୍କ ଚେତାବନୀ: କଥା ହେଉଥିବା ବେଳେ ମର୍ଜ କରନ୍ତୁ ନାହିଁ Call, ଖାଲି ହୋଇପାରେ ବ୍ୟାଙ୍କ ଆକଉଣ୍ଟ୍ Video

ନୂଆଦିଲ୍ଲୀ: ମୋବାଇଲ ଫୋନରେ କୌଣସି ଅଜଣା ବ୍ୟକ୍ତିଙ୍କ ସହ କଥା ହେଉଥିବା ବେଳେ ମର୍ଜ କରନ୍ତୁ ନାହିଁ କଲ୍ । ଏପରି କରିବା ଦ୍ୱାରା ଆପଣଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍ ହୋଇପାରେ । ଏହା ମାଧ୍ୟମରେ ସାଇବର ଲୁଟେରା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ପର୍ଯ୍ୟନ୍ତ ବି ପହଞ୍ଚିପାରନ୍ତି ।

ତେବେ ସାଇବର ଠକେଇ ଲଗାତାର ବଢ଼ୁଥିବା ଦେଇ ସରକାର ଚେତାବନୀ ଜାରି କରିଛନ୍ତି । ଏଥିରେ କୁହାଯାଇଛି ଯେ, ସାଇବର ଅପରାଧୀମାନେ ଠକିବାକୁ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି । ଏଥିପାଇଁ ସର୍ତକ ରହିବା ଜରୁରି ।

ଗୃହ ମନ୍ତ୍ରଣାଳୟ ବୁଧବାର ଦିନ ନିଜ ଟ୍ୱିଟର ଆକାଉଣ୍ଟ’ସାଇବର ଦୋସ୍ତ’ ଜରିଆରେ ଓଟିପିକୁ ନେଇ ଚେତାବନୀ ଦେଇଛି । ଏଥିରେ କୁହାଯାଇଛି ଯେ, ଫୋନରେ କୌଣସି ବି ଅଜଣା ବ୍ୟକ୍ତିଙ୍କ ସହ କଥା ହେଉଥିବା ବେଳେ ଅନ୍ୟ କୌଣସି କଲ୍ ମର୍ଜ କରନ୍ତୁ ନାହିଁ । କଲ୍ ମର୍ଜ ହେବା ମାତ୍ରେ ସାଇବର ଲୁଟେରା ଓଟିପି ଜାଣି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରିପାରନ୍ତି । ଏହା ସହି ସୋସିଆଲ ମିଡିଆ ଆକାଉଣ୍ଟ ବି ହ୍ୟାକ୍ କରିପାରନ୍ତି ।

ଠକେଇର ଶିକାର ହେବା ପରେ ଆପଣ ହେଲ୍ପଲାଇନ୍ ନମ୍ବର ୧୫୫୨୬୦ ରେ ଅଭିଯୋଗ କରିପାରିବେ । ଏହା ବ୍ୟତୀତ ଆପଣ କୁ ଯାଇ ମଧ୍ୟ ଅଭିଯୋଗ କରିପାରିବେ । ମେଟ୍ରୋ, ରେଲୱେ ଷ୍ଟେସନ, ପାର୍କ ସମେତ ଅନ୍ୟାନ ସ୍ଥାନରେ ମାଗଣା ୱାଇଫାଇ ସୁବିଧାର ଲାଭ ଉଠାଇବା ଆପଣଙ୍କୁ କ୍ଷତି ପହଞ୍ଚାଇପାରେ । ସେଥିପାଇଁ ଏସବୁ ଦୂରେଇ ରୁହନ୍ତୁ ।

Get real time updates directly on you device, subscribe now.