fbpx

ଜଳିଗଲା ସ୍କୁଲ ଭ୍ୟାନ, ୪ ପିଲା ଜୀବନ୍ତ ଦଗ୍ଧ

ପଞ୍ଜାବ, ୧୫ା୨: ପଞ୍ଜାବର ସଙ୍ଗରୁରରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଏକ ସ୍କୁଲ ଭ୍ୟାନରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୪ପିଲା ଜିଅନ୍ତା ଜଳିଯାଇଛନ୍ତି । ସେହି ଭ୍ୟାନରେ ଥିବା ଅନ୍ୟ ୮ ପିଲାଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ସେମାନଙ୍କର ବୟସ ମାତ୍ର ୧୦ରୁ ୧୨ ବର୍ଷ ମଧ୍ୟରେ ହୋଇଥିବା ଜଣାପଡ଼ିଛି । କିନ୍ତୁ ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡ ପଛର କାରଣ ସ୍ପଷ୍ଟ ହୋଇନାହିଁ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଭ୍ୟାନଟି କିଛି ସମୟ ଗଡ଼ିବା ପରେ ସେଥିରେ ନିଆଁ ଲାଗିଥିଲା ।

Get real time updates directly on you device, subscribe now.