fbpx
BJD SKY
BJD SKY

ବେଆଇନ ଗୋରୁ ଚାଲାଣ ବେଳେ ଅଘଟଣ, ଟ୍ରକ୍ ଓଲଟି ୧୪ ଗୋରୁ ମୃତ

BJD

ତେଲକୋଇ: ଗୋରୁ ବୋଝେଇ ଟ୍ରକ୍ ଓଲଟିବା ଖବର ସାମ୍ନାକୁ ଆସିଛି । ଏଥିରେ ୧୪ ଗୋରୁଙ୍କର ମୃତ୍ୟୁ ଘଟିଛି । ତେଲକୋଇ ନିକଟରେ ଥିବା ବିଞ୍ଜବାହାଲ ବସଷ୍ଟାଣ୍ଡ ନିକଟରେ ଭାରସାମ୍ୟ ହରାଇ ଏହି ଟ୍ରକଟି ଓଲଟିପଡିଛି । ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ଜଣାପଡିଛି । ଏଥିରେ ଅନ୍ୟାନ୍ୟ ଗୋରୁ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଏହି ଟ୍ରକଟି ବେଆଇନ ଭାବେ ଗୋରୁ ଚାଲାଣ କରୁଥିଲା । ଏହି ବେଆଇନ ଭାବେ ଚାଲାଣ ବେଳେ ଏପରି ଅଘଟଣ ଘଟିଛି । ବର୍ତ୍ତମାନ ଗୋରୁମାନଙ୍କର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ପୋଲିସ ଏବଂ ଉଦ୍ଧାରକାରୀ ଟିମ ପହଁଚି ଗୋରୁମାନଙ୍କୁ ଉଦ୍ଧାର କରୁଛନ୍ତି । କେଉଁ ସ୍ଥାନକୁ ଗୋରୁମାନଙ୍କୁ ନିଆଯାଉଥିଲା ସେନେଇ ତଦନ୍ତ ଚାଲୁରହିଛି । ଅନ୍ୟପଟେ ଏପରି ଘଟିବା ପରେ ଡ୍ରାଇଭର ଫେରାର ରହିଛି ।

Get real time updates directly on you device, subscribe now.