fbpx
BJD SKY
BJD SKY

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମହା ଲଢେଇ: ଟେବୁଲ ଟପ୍ପର ରହିବା ଆଶାରେ ରୋହିତ ସେନା

BJD

କୋଲକାତା: ଆଜି ବିଶ୍ୱକପରେ ହେବାକୁ ଯାଉଛି ଏକ ମହାଲଢେଇ । ଟୁର୍ଣ୍ଣାମେଣ୍ଟର ୨ ସଫଳ ଦଳ ମଧ୍ୟରେ ହେବ ମହା ମୁକାବିଲା । କୋଲକାତାର ଇଡେନ୍ ଗାର୍ଡେନ୍ସରେ ମୁହାଁମୁହିଁ ହେବେ ଚଳିତ ବିଶ୍ୱକପର ବାଘ ଏବଂ ସିଂହ କୁହାଯାଉଥିବା ଭାରତ ଏବଂ ସାଉଥ ଆଫ୍ରିକା । ପଏଣ୍ଟ ଟେବୁଲର ଦୁଇ ଟପ୍ପରଙ୍କ ମଧ୍ୟରେ ଆଜି ସୁପର ସନ୍ ଡେ’ରେ ହେବ ସଂଘର୍ଷପୂର୍ଣ୍ଣ ମ୍ୟାଚ । ଗୋଟିଏ ପଟେ କ୍ୱିଣ୍ଟନ୍ ଡି’କକ୍-ଭାନ୍ ଡର ହୁସେନ୍ ତ ଅନ୍ୟ ପଟେ ଶୁଭମନ ଗିଲ ଏବଂ ବିରାଟ କୋହଲିଙ୍କ ଭିତରେ ହେବ ଶତକର ଯୁଦ୍ଧ । ଭାରତର ଭୟଙ୍କର ବୋଲିଂ ଆଟାକକୁ ସାମ୍ନା କରିବ ବାଭୂମା ସେନା । ତେବେ ମ୍ୟାଚରେ ବିଜୟୀ ହୋଇ ଟେବୁଲର ପ୍ରଥମ ସ୍ଥାନ ହାସଲ କରିବା ଲକ୍ଷ୍ୟରେ ରହିବେ ଉଭୟ ଦଳ ।

ଆଜି ବିଶ୍ୱକପରେ ହେବ ସୁପର ସନ୍ ଡେ’ । କୋଲକାତାର ଇଡେନ୍ ଗାର୍ଡେନ୍ସରେ ଭାରତ-ଦକ୍ଷିଣ ଆଫ୍ରିକା ମହାମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି ମଇଦାନ । ଏହାସହିତ ପ୍ରସ୍ତୁତ ହୋଇ ସାରିଛନ୍ତି ଉଭୟ ଦଳର ଷ୍ଟାର ପ୍ଲେୟର । ଚଳିତ ବିଶ୍ୱକପରେ ଏକମାତ୍ର ଦଳ ଭାବରେ ଅପରାଜେୟ ରହି ପ୍ରଥମ ଦଳ ଭାବରେ ସେମି ଫାଇନାଲରେ ଏଣ୍ଟ୍ରି କରିଛି ଟିମ ଇଣ୍ଡିଆ । ଟୁର୍ଣ୍ଣାମେଣ୍ଟରେ ମୋଟ ୭ଟି ମ୍ୟାଚ୍ ଖେଳି ସବୁଥିରେ ଦଳ ବିଜୟୀ ହୋଇଛି । ଦକ୍ଷିଣ ଆଫ୍ରିକା ବର୍ତ୍ତମାନ ସୁଦ୍ଧା ୭ଟି ମ୍ୟାଚରୁ ୬ଟି ବିଜୟ ହାସଲ କରି ଦ୍ୱିତୀୟ ଦଳ ଭାବରେ ସେମି ଫାଇନାଲରେ ସ୍ଥାନ ପାଇଛି । ତେବେ ଆଜି ଉଭୟ ଦଳ ମଧ୍ୟ ରେ ଘମାଘୋଟ ଲଢେଇ ହେବ ବୋଲି ଆଶା କରାଯାଉଛି । ଉଭୟ ଦଳର ଖେଳଳିମାନେ ମଧ୍ୟ ଦମଦାର ଫର୍ମରେ ରହିଛନ୍ତି । ତେବେ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ତିତି ଆଜି ଦଳକୁ ସମସ୍ୟାରେ ପକାଇପାରେ ।

ବର୍ତ୍ତମାନ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଡିପାର୍ଟମେଣ୍ଟ ଦମଦାର ଫର୍ମରେ ନଜର ଆସିଛନ୍ତି । ୫ଟି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୪ଟି ମ୍ୟାଚରେ ୩୫୦ ଅତିକ୍ରମ କରିଛି । ଏପଟେ ଭାରତୀୟ ବୋଲିଂ ଆଟାକ ଟୁର୍ଣ୍ଣାମେଣ୍ଟର ସବୁଠାରୁ ସଫଳ ରହିଛି । ଜଶପ୍ରୀତ ବୁମରାହ, ମହମ୍ମଦ ସିରାଜଙ୍କ ସହ ମହମ୍ମଦ ଶାମୀଙ୍କ କମବ୍ୟାକ ଏବେ ଭାରତୀୟ ବୋଲିଂ ବିଭାଗକୁ ଆହୁରି ଶକ୍ତିଶାଳୀ କରିଛି । ଏହାବ୍ୟତୀତ ସ୍ପିନ ବୋଲିଂରେ କୁଳଦୀପ ଯାଦବ ଏବଂ ରବିନ୍ଦ୍ର ଜାଡେଜା ଭଲ ପ୍ରଦର୍ଶନ କରିଛନ୍ତି । ତେଣୁ ଆଜି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଏବଂ ଭାରତର ବୋଲିଂ ମଧ୍ୟରେ ଏହି ମହାଯୁଦ୍ଧ ଦେଖିବାକୁ ମିଳିବ ।

Get real time updates directly on you device, subscribe now.