fbpx
BJD SKY
BJD SKY

ମହାବିନାୟକଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ବାଇକୁ ପିଟିଲା ହାଇୱା, ନବଦମ୍ପତ୍ତି ଗୁରୁତର

BJD

ଭଣ୍ଡାରିପୋଖରୀ (ଭାସ୍କର ନ୍ୟୁଜ୍‌) : ମହାଶିବରାତ୍ରୀ ଉପଲକ୍ଷେ ମହାବିନାୟକ ଦର୍ଶନ ପାଇଁ ବାଇକରେ ଯାଉଥିବା ନବବିବାହିତ ଦମ୍ପତ୍ତି ସଡକ ଧକ୍କା ଦେଲା ହାଇଓ୍ବା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା । ପରେ ୧୦୮ ଆମ୍ବୁଲାନ୍ସରେ ନିକଟ ହସ୍ପିଟାଲକୁ ପଠାଇଥିଲେ ସ୍ଥାନୀୟଲୋକ। ଏନେଇ ପୋଲିସକୁ ସୂଚନା ଦିଆଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ବୟାବନାପୁର ପଞ୍ଚାୟତ ଅନ୍ତର୍ଗତ ସରପଦା ଗ୍ରାମର ନିରୋଦ ପଣ୍ଡା ବାଇକ ଯୋଗେ ମହାବିନାୟକ ଦର୍ଶନ ପାଇଁ ଯାଉଥିବା ବେଳେ ୧୬ ନଂ ଜାତୀୟ ରାଜପଥର ଜାରକା ନିକଟରେ ପଛରୁ ହାଇୱା ଧକ୍କା ଦେଇଥିଲା । ଫଳରେ ଚାଳକ ନିରୋଦ ଛିଟିକି ପଡି ଗୁରୁତର ଆହତ ହୋଇଥିବା ବେଳେ ପତ୍ନୀ ଯାଜ୍ଞସେନୀ ଗୁରୁତର ଆହତ ମଧ୍ୟ ହୋଇଥିଲେ । ଉଭୟଙ୍କୁ ଜାରକା ଡାକ୍ତରଖାନାକୁ ନିଆଯାଇଥିଲା ।

Get real time updates directly on you device, subscribe now.