fbpx

ଗଙ୍ଗା ନଦୀରେ ଅଘଟଣ: ଗ୍ୟାସ୍ ସିଲିଣ୍ଡର ଫାଟି ୪ ମୃତ

ପାଟଣା: ବିହାରର ରାଜଧାନୀ ପାଟଣାର ଗଙ୍ଗା ନଦୀରେ ଘଟିଛି ବଡ ଧରଣର ଅଘଟଣ । ଡଙ୍ଗାରେ ଗ୍ୟାସ୍ ସିଲିଣ୍ଡର ଫାଟି ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନେ ଗୁରୁତର ଆହତ ହୋଇଛନ୍ତି । ତେବେ ଆହତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଡଙ୍ଗାରେ ପାଖାପାଖି ୨୦ ଜଣ ଲୋକ ଯାତ୍ରା କରୁଥିବା ଜଣା ପଡିଛି । ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରେସ୍କ୍ୟୁ ଅପରେସନ ଜାରି ରଖିଛି ।

ତେବେ କୁହାଯାଉଛି ଯେ ଡଙ୍ଗା ମାଧ୍ୟମରେ ବେଆଇନ ଭାବରେ ବାଲି ଚୋରାଚାଲଣ ହେଉଥିଲା । ଏହି ସମୟରେ ଏହି କାର୍ଯ୍ୟରେ ନିୟୋଜିତ ଥିବା ଲୋକଙ୍କ ପାଇଁ ଡଙ୍ଗାରେ ରୋଷେଇ ହେଉଥିବା ସମୟରେ ହଠାତ ଗ୍ୟାସ୍ ସିଲିଣ୍ଡର ଲିକ୍ ହେବା କାରଣରୁ ବିସ୍ଫୋରଣ ହୋଇଥିଲା । ଫଳରେ ଏହି ଘଠଣାରେ ୪ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରୀ ରଖିଛି ।

Get real time updates directly on you device, subscribe now.