fbpx
BJD SKY
BJD SKY

ଜମ୍ମୁ-କାଶ୍ମୀରର ଡୋଡାରେ ଭୟଙ୍କର ସଡ଼କ ଦୁର୍ଘଟଣା, ୮ ମୃତ

BJD

ଶ୍ରୀନଗର: ଜମ୍ମୁ-କାଶ୍ମୀର ସ୍ଥିତ ଡୋଡାରେ ଏକ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଦିନ ସକାଳ ଠଥରୀ-ଡୋଡା ମାର୍ଗରେ ହୋଇଥିବା ସଡ଼କ ର୍ଦୁଘଟଣାରେ ପ୍ରାୟ ୮ ଜଣଙ୍କ ମୃତ୍ୟୁ ହୋଇଯାଇଛି । ସେହିପରି ୧୨ ଜଣଙ୍କ ଠାରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ପ୍ରାଥମିକ ସୂଚନା ଅନୁସାରେ, ଗୋଟିଏ ମିନିବସ୍ ଠଥରୀରୁ ଡୋଡା ଅଭିମୁଖେ ଯାଉଥିଲା । ସେହି ସମୟରେ ଗାଡ଼ି ଚାଳକ ଗାଡ଼ି ଉପରୁ ନିଜର ନିୟନ୍ତ୍ରଣ ହରାଇବା ପରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟରେ ସୁରକ୍ଷାବଳ ମଧ୍ୟ ସହାୟତା କରୁଛନ୍ତି । ତେବେ ଏହି ସଡ଼କ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ଏନେଇ ସେ ଟୁଇଟ୍ କରି ଜଣାଇଛନ୍ତି । ତେବେ ଏହି ଘଟଣାରେ ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଓ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କାର ରାଶି ଦେବା ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।

Get real time updates directly on you device, subscribe now.