fbpx
BJD SKY
BJD SKY

ଚାଷୀଙ୍କ ପାଇଁ ବଡ଼ ଖବର! ୪ ଦିନ ଭିତରେ ଜମା କରନ୍ତୁ ଏହି ଡକ୍ୟୁମେଣ୍ଟ, ଆକାଉଣ୍ଟକୁ ଆସିବ ୪୦୦୦

BJD

ନୂଆଦିଲ୍ଲୀ: ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ବଡ଼ ପରିବର୍ତ୍ତନ ହୋଇଛି । ଏହି ଯୋଜନାରେ ଚାଲିଥିବା ଠକେଇକୁ ରୋକିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଉଠାଇଛନ୍ତି । ଏବେ ପିଏମ କିଷାନ ଯୋଜନାରେ ରେଜିଷ୍ଟ୍ରେସନ କରିବାକୁ ରାସନ କାର୍ଡକୁ ବାଧ୍ୟତାମୂଳକ କରାଯାଇଛି । ଅର୍ଥାତ୍ ରାସନ କାର୍ଡ ବିନା ଚାଷୀଙ୍କୁ ଆଗାମୀ କିସ୍ତିର ଟଙ୍କା ମିଳିବ ନାହିଁ ।

ଏବେ ପିଏମ ପିଷାନ ପୋର୍ଟାଲରେ ରାସନ କାର୍ଡ ନମ୍ବର ଦେବା ପରେ ଏହି ଯୋଜନାର ଲାଭ ମିଳିବ । ଏହି ଯୋଜନା ଅଧିନରେ ନୂଆ ପଞ୍ଜିକରଣ ଉପରେ କାର୍ଡ ନମ୍ବର ଦେବା ବାଧ୍ୟତାମୂଳକ ହେବ । ଡକ୍ୟୁମେଣ୍ଟକୁ ଏକ ପିଡିଏଫ୍ ଫାଇଲ ତିଆରି କରି ପୋର୍ଟାଲରେ ଅପଲୋଡ୍ କରିବାକୁ ପଡ଼ିବ । ଏଥିସହ ଆଧାର କାର୍ଡ, ବ୍ୟାଙ୍କ ପାସବୁକ ଓ ଘୋଷଣାପତ୍ରର ହାର୍ଡକପି ଆଉ ବାଧ୍ୟତାମୂଳକ ନୁହେଁ ବୋଲି କୁହାଯାଇଛି ।

ତେବେ ଏହି ଯୋଜନା ଅଧିନରେ ଯେଉଁ ଚାଷୀଙ୍କ ଆକାଉଣ୍ଟକୁ ପିଏମ କିଷାନର ୯ମ କିସ୍ତି ଆସିନାହିଁ, ସେମାନଙ୍କୁ ଆଗାମୀ କିସ୍ତି ସହିତ ପୂର୍ବ କିସ୍ତି ମିଳିଯିବ । ଅର୍ଥାତ୍ ଚାଷୀଙ୍କୁ ୪୦୦୦ ଟଙ୍କା ମିଳିବ । ପିଏମ କିଷାନ ୱେବସାଇଟ pmkisan.gov.inକୁ ଯାଇ ଆପଣ ନିଜର ଡକ୍ୟୁମେଣ୍ଟ ଅପଲୋଡ କରିପାରିବେ ।

Get real time updates directly on you device, subscribe now.