fbpx
BJD SKY
BJD SKY

ଶାହୀ ପରିବାର ଓ ୯ କୋଟି ଟଙ୍କା ଛାଡ଼ି 1-BHK ଫ୍ଲାଟରେ ରହିବେ ଜାପାନ୍ ରାଜକୁମାରୀ!

BJD

ନୂଆଦିଲ୍ଲୀ: ବୟଫ୍ରେଣ୍ଡ୍ କୁ ବିବାହ କରିବା ପାଇଁ ରୟାଲ୍ ଟାଇଟଲ୍ ବା ଶାହୀ ପରିବାରକୁ ଛାଡ଼ି ଜାପାନ୍ ର ରାଜକୁମାରୀ ଓ ତାଙ୍କ ସ୍ୱାମୀ କେଇ କୋମୁରୋ ଆମେରିକାରେ ରହିବେ । ଜାପାନୀ ମିଡିଆ ଏନଏଚକେ ର ରିପୋର୍ଟ ଅନୁସାରେ, ରାଜକୁମାରୀ ମାକୋ ନିଜ ସ୍ୱାମୀଙ୍କ ସହିତ ନ୍ୟୁୟର୍କ ସିଟିରେ ଗୋଟିଏ ରୁମ୍ ବିଶିଷ୍ଟ ଫ୍ଲାଟ୍ ରେ ରହିବେ ।

ରାଜକୁମାରୀ ମାକୋ ପୂର୍ବରୁ ହିଁ ଟୋକିଓ ସ୍ଥିତ ନିଜର ଶାହୀ ବଙ୍ଗଳା ଛାଡ଼ିଦେଇଛନ୍ତି । ତେବେ ମାକୋଙ୍କ ସ୍ୱାମୀ ପେସାରେ ଜଣେ ଓକିଲ ହୋଇଥିବା ବେଳେ ସେ ଏକ ଆମେରିକାରେ କାମ କରୁଥିଲେ । ଜାଣିଥାନ୍ତୁ ଯେ, ନ୍ୟୁୟର୍କ ସହରର କିଛି ଖାସ୍ ଅଞ୍ଚଳରେ ଗୋଟିଏ ବେଡରୁମ୍ ଯୁକ୍ତ ଫ୍ଲାଟ୍ ର ଭଡ଼ା ମାସକୁ ୨.୨ ଲକ୍ଷରୁ ୮.୨ ଲକ୍ଷ ପର୍ଯ୍ୟନ୍ତ ରହିଛି ।

ସୂଚନାଯୋଗ୍ୟ, ୩୦ ବର୍ଷୀୟା ମାକୋ ଜାପାନ୍ ର କଆଉନ୍ ପ୍ରିନ୍ସ ଫୁମିହିତୋଙ୍କର ବଡ଼ ଝିଅ । ୮ ବର୍ଷର ରିଲେସନସିପ୍ ପରେ ଅକ୍ଟୋବର ୨୬ ତାରିଖରେ ବୟଫ୍ରେଣ୍ଡ କୋମୁରୋଙ୍କୁ ବିବାହ କରିଛନ୍ତି । ଜାପାନର ନିୟମାନୁସାରେ, ଯଦି କୌଣସି ପରିବାର ଶାହୀ ପରିବାର ଛଡ଼ା ବାହାର କୌଣସି ବ୍ୟକ୍ତିଙ୍କୁ ବିବାହ କରେ ତେବେ ତାକୁ ରୟାଲ୍ ଟାଇଟଲ୍ ଛାଡ଼ିବାକୁ ପଡେ ।

 

 

Get real time updates directly on you device, subscribe now.